ରାଜ୍ୟ

ଗୋପିନାଥ ପାଟଣା ପ୍ରାଥମିକ ବିଦ୍ୟାଳୟର ବାଷିକ ପୁରଷ୍କାର ବିତରଣ ଉତ୍ସବ

Spread It

 

 ନିମାପଡ଼ା,(ଏ.ପି ନ୍ୟିୁଜ) ଏନ.ଏ.ସି ଅଞ୍ଚଳରେ ଥିବା ‌‌ଗୋପୀନାଥ ପାଟଣା ସରକାରୀ  ପ୍ରାଥମିକ ବିଦ୍ୟାଳୟର ଆଜି ଅପରାହ୍ନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଶେଖର ରଥଙ୍କ ସଭାପତିତ୍ବରେ  ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ  କୈଳାସଚନ୍ଦ୍ର ପାଢୀ, ମୁଖ୍ୟବକ୍ତା ଅତିରିକ୍ତ ମଣ୍ଡଳ ଅଧିକାରୀ  ପୁଷ୍ପମିତ୍ରା ମିଶ୍ର , ସମ୍ମାନ୍ନିତ ଅତିଥିଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଅଭୟ ବେହେରା, ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ସୁଦର୍ଶନ ଭୋଇ., ଏନ.ଏ.ସି ଉପାଧ୍ୟକ୍ଷ ସନ୍ତୋ‌ଷ ଦାଶ, ପୂର୍ବତନ କାଉନସିଲର ପଦ୍ମଚରଣ ସାହୁ, ସମ୍ବାଦିକ ଚତ୍ତରଞନ ମହାନ୍ତି, ସିଆରସିସି ଲକ୍ଷ୍ମୀଧର ସେଠୀ, ପରିଚାଳନା କମିଟି ସଭାପତି ସଞୟକୁମାର ସାହୁ, ଗୀତାଞଳି ନାୟକ ପ୍ରମୁଖ ଯୋଗଦେଇ ଛୋଟପିଲାମାନଙ୍କୁ ଉପଦେଶ ଦେଇଥିଳେ। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀରିତାଞଳି  ତ୍ରିପାଠୀ  ବା‌ର୍ଷିକ ର୍ବିବରଣୀ ପାଠ କରିଥିଲେ।ଏବଂ ବିଧ୍ୟାଳୟର ଅଭାବଥିବା ସଂପର୍କରେ  ମଣ୍ଡଳ ଶିକ୍ଷାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ବିଭିନ୍ନ କ୍ଷେତ୍ର୍ରଓ  ଖେଳକୁଦରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦିଆଯାଇ ପୁରଷ୍କୃତ କରାଯାଇଥିଲା। କୁନି ପିଲାମାନଙ୍କ ଦ୍ବାରା  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *