କ୍ରୀଡା

ଏକଲବ୍ୟ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

Spread It

 ନିମାପଡ଼ା (ଏ.ପି ନ୍ୟିୁଜ) ନିମାପଡା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଏକଲବ୍ୟ ଶିକ୍ଷାକେନ୍ଦ୍ରରେ ଦୁଇଦିନ ବ୍ୟାପି ତା୧୫.୧୨.୨୦୨୫ରିଖ ଠାରୁ ତା ୧୬.୧୨.୨୦୨୫ରିଖ ପର୍ଯ୍ୟନ୍ତ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତାରେ ଦୌଡ, ଲମ୍ବଡିଆଁ, ଉଚଡିଆଁ, ଗୋଳାଫିଙ୍ଗା, ସଂଗୀତ ଚୌକି, ଅଙ୍କ ଦୌଡ, ବାଟିଚାମଚ ଓ ଚକୋଲେଟ ରେସ ଆଦି ଖେଳଗୁଡିକ କରାଯାଇଥିଲା I ଆଜି ଉଦ୍ଯାପନୀ ଉତ୍ସବରେ ଏକଲବ୍ୟ ଶିକ୍ଷାକେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଶିକ୍ଷାକେନ୍ଦ୍ର ର ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ ମୁଖ୍ୟବକ୍ତା, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର ସମ୍ମାନିତ ଅତିଥି, କୋଷାଧକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ପ୍ରଧାନ, ବିରଂଚି ନାରାୟଣ ମିଶ୍ର ଏବଂ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟମାନେ ଯୋଗଦେଇଥିଲେ I ୯୦ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ବିତରଣ କରାଯାଇଥିଲା I ଶେଷରେ ଅଧକ୍ଷଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା I

Leave a Reply

Your email address will not be published. Required fields are marked *