ରାଜ୍ୟ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର କେ ଏସ ବୈଠକ। ସବଡ଼ିଭିଜନାଲ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବାକୁ ଦାବୀ

Spread It

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର କେ ଏସ ବୈଠକ। ସବଡ଼ିଭିଜନାଲ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବାକୁ ଦାବୀ

ନିମାପଡ଼ା, ୩/୮(ଆଜିପଯର୍ଯ୍ୟନ୍ତ ନ୍ୟୁଜ) ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଙ୍ଗ ବୈଠକ ଆଜି ଅପରାହ୍ନରେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ   ପ୍ରଭାତୀ ପରିଡ଼ାଙ୍କ ଅନୁଷ୍ଠିତ ବୈଠକରେ ରୋଗୀ କଲ୍ୟାର ସମିତର ସଭ୍ୟମାନେ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କୁ ପୁରୀ ଜିଲାର ଏକ ଗୁରୁତ୍ବପୂର୍ର୍ଣ ସ୍ଥାନ ଅଟେ। ନିମାପଡ଼ା ଏକ ସବଡ଼ିଭିଜନାଲ  ମୁଖ୍ୟାଳୟ ଅଟେ। ଏହି ସ୍ବାସ୍ଥ୍ୟ କେନ୍ଦ୍ରୁ ଦୈନିକ ଏକ ହଜାରରୁ ଉର୍ଦ୍ଧ ରୋଗୀ ପ୍ରତିଦିନ ଚିକିତ୍ସା ସେବା ପାଇଁ ପାଇଁ ଆସୁଛନ୍ତି। ତେଣୁ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ସବଡ଼ିଭିଜନାଲ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବାପାଇଁ ନିମାପଡ଼ା ଓ ଏହାର ଆଖପାଖ ପାଖ ବ୍ଲକ ଲୋକମାନଙ୍କୁ ଅଧିକ ଚିକିତ୍ସା ସୁବିଧା  ପାଇପାରିବେ । ସ୍ବାସ୍ଥ୍ୟ କେନ୍ଦ୍ରକୁ ଡ଼ିଜିଟାଲ ଏକ୍ସରେ ଏବଂ ସବୁରୋଗ ନିରୂପଣ ପାଇଁ ଅଳଟ୍ରାସାଉଣ୍ଡ ମେସିନ ଯୋଗାଇ ଦେବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅବସ୍ଥାପିତ ଥିବା ଡ଼ାକ୍ତମାନଙ୍କୁ ଡ଼େପୁଟେସନକୁ ବାତିଲ କରିବାକୁ  ଦାବୀ କରିଥିଲେ। ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ଅନୁଦାନ ମିଳିଥିବା ୫ ଲକ୍ଷ ଟଙ୍କା ର କର୍ଚ୍ଚ ଦାବୀ ଉପସ୍ଥାପିତହୋଇ ଗୃହୀତ ହୋଇଥିଲା। ଏହି ବୈଠକ ବିଡ଼ିଓ ଡ଼ା ଅଭିଜିତ ଷଡ଼ଙ୍ଗୀ, ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ,ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା,ଅକ୍ଷୟ କୁମାର ଶତପଥୀ। ଡ଼ା ପ୍ରଶାନ୍ତ କୁମାର ସାମନ୍ତରାୟ ,ଡ଼ା ସୁବ୍ରତ ମହାପାତ୍ର ଡ଼ା, ଆଶୁତୋଷ ଜେନା ଫାର୍ମାଶିଷ୍ଟ ଆଇ. ତ୍ରିନାଥପାତ୍ର ଙ୍କ ସମେତ ରୋଗୀ କଲ୍ୟାଣ ସମିତି ସଭ୍ୟ ଏବଂ ପୁର୍ତ୍ତ, ୱାଟକୋ ଏବଂ ଜିଇଡ଼ି ବିଭାଗର  ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *