ରାଜ୍ୟ

ରତନପୁର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୪ ଜୁଆଡି ଗିରଫ

Spread It
ରତନପୁର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୪ ଜୁଆଡି ଗିରଫ
ଚାରିଛକ,( ଏ ପି ନ୍ୟୁଜ) ଗତ କାଲି ସଂଧ୍ୟା ସମୟରେ ନିକଟସ୍ଥ ରତନପୁର ଗ୍ରାମ ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିଆଳି ଥାନା ପୋଲିସ ଚଢ଼ାଉ କରି ଚାରିଜଣ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ଜୁଆ ଖେଳ ରେ ବ୍ୟବହୃତ ପାଲି, ଗୋଟି ,ସାମଗ୍ରୀ ସହିତ ନଗଦ ୨୦ ହଜାର ୪୫୦ ଟଙ୍କା ଓ ୩ ଟି ବାଇକ ଜବତ କରିଥିବା ନେଇ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ଚନ୍ଦ୍ରମଉଳି ନିକଟରେ ନିଆଳି ପୋଲିସ ପକ୍ଷରୁ ଗତକାଲି ସନ୍ଧ୍ୟା ରେ ଗାଡି ଚେଙ୍କିଙ୍ଗ ସମୟରେ ରତନପୁର ଠାରେ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇଥିଲେ । ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରି ୧୩ ରୁ ୧୫ ଜଣ ବ୍ୟକ୍ତି ଏକ ଛୋଟ ଜଙ୍ଗଲ ନିକଟରେ ଏକାଠି ହୋଇ ଜୁଆ ଖେଳୁଥିବା ଦେଖିବାକୁ ପାଇଥିଲେ। ଗିରଫ ଜୁଆଡ଼ି ମାନେ ହେଲେ ମାଧବ ଗ୍ରାମର ଜଗନ୍ନାଥ ପରିଡ଼ା, ରତନପୁର ଗ୍ରାମର ଗୋବିନ୍ଦ ବେହେରା, ବରାଡ ଗ୍ରାମର କାହ୍ନୁ ଚରଣ ପଲେଇ ଏବଂ ଗୋପ ଥାନା ଅନ୍ତର୍ଗତ କଣ୍ଟି ଗ୍ରାମର ସୁକାନ୍ତ ମଲ୍ଲିକ। ଅନ୍ୟ ମାନେ ଫେରାର ହୋଇଯାଇଥିଲେ। ଦୁଇ ଜଣ ଜୁଆ ଆଡ୍ଡା ପରିଚାଳନା କରୁଥିବା ବେଳେ ଅନ୍ଯ ଦୁଇ ଜଣ ଗ୍ରାହକ ବୋଲି ପୋଲିସ କହିଛି । ଦୀର୍ଘ ଦିନ ଧରି ଏଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଜୁଆ ଖେଳ ଚାଲି ଆସୁଥିଲା।

Leave a Reply

Your email address will not be published. Required fields are marked *