ରାଜ୍ୟ

ହରିଜନ ବାଳିକାକୁ ଅସଦାଚରଣ : ଅଭିଯୁକ୍ତକୁ ଗିରଫ ଦାବିରେ ବିଜେଡି ର ଥାନା ଘେରାଉ

Spread It
ଅସ୍ତରଙ୍ଗ (ଏ ପି ନ୍ୟୁଜ) ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା  ଅନ୍ତର୍ଗତ ଓସିଆଁ ଗ୍ରାମରେ ଜଣେ ହରିଜନ ବାଳିକା (୧୮ )କୁ ଏକୁଟିଆ ଦେଖି ଟଣାଓଟରା କରିଥିବା ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ଗତ ୨୮ତାରିଖରେ ଘର ପାଖ ନଦୀ ପାଖକୁ ଲଙ୍କା ତୋଳି ବାକୁ ଯାଇଥିବା ବାଳିକାକୁ ସେହି ଗ୍ରାମର ପ୍ରତାପ ଜେନା (୬୦) ଏକୁଟିଆର ସୁଯୋଗ ନେଇ ବାଳିକାକୁ ଟଣାଓଟରା କରି ଥିବା ସ୍ଥଳେ ଟଙ୍କାର ପ୍ରଲୋଭନ ଦେଖାଇଥିଲେ।ବାଳିକା ସେ ସ୍ଥାନରୁ ଖସି  ଘର ଲୋକଙ୍କୁ ଆସି କହିଥିଲା।  ଘର ଲୋକ ଗ୍ରାମର ମୁଖିଆଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଥିଲେ। ମୁଖିଆ କମିଟି ମାଧ୍ୟମରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇ ଆଲୋଚନା ଚାଲୁଥିବା ସମୟରେ ଅଭିଯୁକ୍ତ ଉକ୍ତ ସ୍ଥାନରୁ ଉଠି ମୋତେ ମୋର ଜାତି  କୁ ଆକ୍ଷେପ କରି କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୋର ବାପା ଓ ମା ସେଠାରେ ଉପସ୍ଥିତ ଥିଲେ ତାଙ୍କୁ ମଧ୍ୟ ବହୁ  ଅସଭ୍ୟ ଭାଷାରେ ଗାଳି ଗୁଲଜ  ମଧ୍ୟ କରି ଥିଲେ। ସେଠାରୁ ନିରାଶ ହୋଇ ଅସ୍ତରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ୧୫୯/ ୨୦୨୫ ରେ ଏକ ମାମଲା ରୁଜୁକରି ଚୁପ୍ ହୋଇ ରହିଗଲେ। ଅଭିଯୁକ୍ତ ନାମରେ ସଙ୍ଗିନୀ ଦଫା ଲାଗିଥିବା ବେଳେ ସେ କିପରି ଗ୍ରାମରେ ଖୁଲମ ଖୋଲା ଘୁରି ବୁଲୁଛି। ତାହା ପୀଡିତା ଙ୍କୁ ବହୁ ବ୍ୟଥିତ କରୁଥିବା ପୀଡିତାଙ୍କ ବାପା ପ୍ରକାଶ କରିଛନ୍ତି। ଦୀର୍ଘ ୧୧ ଦିନରୁ ଅଧିକ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦ ରେ ଆଜି ବିଜୁ ଜନତା ଦଳ ଅସ୍ତରଙ୍ଗ ବ୍ଲକ ସଭାପତି ପଞ୍ଚାନନ ସ୍ୱାଇଁଙ୍କ ନେତୃତ୍ୱରେ ଯୁବ ନେତା ତଥା ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ବିଧାୟକ ପ୍ରତିନିଧି ଭୀମସେନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ, ପୁରୀ ନିମାପଡା ସମବାୟ ନିର୍ଦେଶକ କୁଞ୍ଜ ବିହାରୀ ପ୍ରଧାନ, ବରିଷ୍ଠ ନେତା ଗଦାଧର ବିଶ୍ୱାଳ, ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ବ୍ଲକ୍ ସଭାପତି ସାଇ ରଞ୍ଜନ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଥାନା ସମ୍ମୁଖ ରେ ଧାରଣାରେ ବସିଥିଲେ। ଧାରଣା ସ୍ଥଳରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ପହଂଚି ଧାରଣା ରେ ସାମିଲ ହୋଇଥିଲେ। ଧାରଣା ସ୍ଥଳରେ ନିମାପଡା ପୋଲିସ ଉପ ଅଧିକ୍ଷକ ଜନାର୍ଦନ ପାଢ଼ୀ ପହଂଚି ଅଭିଯୁକ୍ତକୁ ଗିରଫ କରିବା ଓ ଆଇନ ଅନୁଯାଇ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ଏବଂ ପୀଡିତାର ବାପା ଓ ସାକ୍ଷୀର ବୟାନ ନିମାପଡା ଉପ ଅଧିକ୍ଷକଶ୍ରୀ ପାଢ଼ୀ ଓ ଥାନା ନିରୀକ୍ଷକ ରାଜେଶ ବଳିୟାରସିଂ ରେକର୍ଡ କରିଥିଲେ।ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *