ରାଜ୍ୟ

୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ପୁଅ

Spread It

ଅସ୍ତରଙ୍ଗ ୯/୮:ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଓ ଶୋକାକୁଳ ପରିବେଶ ସହ ଭିତରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍ଦ। ଏହି ଶବ୍ଦ ରେ ଲୁଚିଛି ଜଣେ ବୀର ଯୋଦ୍ଧା ର ଅନ୍ତିମ କାହାଣୀ। ସୁନ୍ଦର ଗ୍ରାମ ର ହିନ୍ଦୀ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ଙ୍କ ବୀର ପୁତ୍ର ସ୍ୱରାଜ୍ୟ ସାହୁ ୭ ତାରିଖ ଗୁରୁବାର ସହିଦ ହୋଇଛନ୍ତି। ଭାରତ ମାତା ର ବୀର ପୁଅ ସ୍ୱରାଜ୍ୟ ଥିଲେ ଭାରତୀୟ ବାୟୁ ସେନା ର ଜଣେ ଶର୍ଜେଣ୍ଟ l ଚାକିରିଆ ପୁଅ ପାଇଁ ବାପା ମା, ସ୍ତ୍ରୀ, ଚାରିବର୍ଷ ଓ ଦେଢ଼ ବର୍ଷ ର କୁନି ପୁଅ ଥିଲେ ଗର୍ବିତ l କିନ୍ତୁ ବିଧିର ବିଧାନ ଥିଲା ଅଲଗା, ଡ୍ୟୁଟି ରେ ଥିବା ବେଳେ ଆଗ୍ରା କ୍ୟାମ୍ପ ରେ ଜୁନ ୪ ତାରିଖ ରେ ଅକସ୍ମାତ ଏକ ଅଗ୍ନିକାଣ୍ଡ ଘଟିଥିଲା l ସେହି କ୍ୟାମ୍ପ ରେ ବାୟୁସେନା ର ପାଖାପାଖି ୨୦୦ ସେନା କର୍ମୀ ଥିଲେ ଓ କାଳେ ଅଗ୍ନି ଚାରିଆଡେ ବ୍ୟାପିଵା ସହ ଅନ୍ୟର କ୍ଷୟ କ୍ଷେତି ହେଵ ତେଣୁ ସେମାନଙ୍କୁ ରକ୍ଷା କରିବା ପାଇଁ ସ୍ୱରାଜ୍ୟ ଅଗ୍ନି କୁ ଆୟତ୍ତ କରିବା ପାଇଁ ଅଗ୍ନିନିର୍ବିପାକ ସିଲିଣ୍ଡର ର ବ୍ୟବହାର କରିଥିଲେ l ହେଲେ ସମସ୍ତ ସେନା ରକ୍ଷା ପାଇଗଲେ ସତ କିନ୍ତୁ ସ୍ୱରାଜ୍ୟ ସେଇ ଧୂଆଁ ରେ ଗୁରୁତର ହୋଇଗଲେ, ସେଠୁ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟ ରେ ଭର୍ତ୍ତୀ କରାଯାଇଥିଲା ମାତ୍ର ଦୀର୍ଘ ୨ ମାସ ଜୀବନ ସହିତ ଲଢେଇ କରି ଶେଷ ରେ ଅଗଷ୍ଟ ୭ ତାରିଖ ଗୁରୁବାର ଦିନ ସହିଦ ହୋଇ ଦେଶ ମାତୃକା ପାଇଁ ଦେଲେ ବଳିଦାନ। ଶନିବାର ତାଙ୍କ ମର ଶରୀର କୁ ବାୟୁ ସେନା ର ସ୍ୱତନ୍ତ୍ର ଟିମ୍ ଆଣି ଅସ୍ତରଙ୍ଗ ଉକୁଳେଇ ସ୍ଥିତ ପୂର୍ବତନ ସେନା ସଙ୍ଘ କାର୍ଯ୍ୟାଳୟ ସାମ୍ନା ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ବିରାଟ ଶୋଭାଯାତ୍ରା ରେ ତାଙ୍କୁ ଅସ୍ତରଙ୍ଗ ବଜାର,ସୁନ୍ଦର ସ୍ଥିତ ତାଙ୍କ ସ୍କୁଲ ରେ ଶ୍ରଦ୍ଧାଞ୍ଜଳି ଦେବା ପରେ ବାସ ଭବନ କୁ ଅଣା ଯାଇଥିଲା। ସେନା ପକ୍ଷରୁ ତାଙ୍କ ମର ଶରୀର ଉପରେ ଜାତୀୟ ପତାକା ଢଙ୍କା ଯାଇ ତାଙ୍କ ବାସ ଭବନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ତାଙ୍କ ଗ୍ରାମ ସ୍ମଶାନ କୁ ନିଆଯାଇଥିଲା l ସେଠାରେ ଭାରତୀୟ ବାୟୁ ସେନା ତରଫରୁ ରାଷ୍ଟ୍ରୀୟ ତୋପ ସଲାମୀ ଦିଆଯାଇ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ଅସ୍ତରଙ୍ଗ ଅଞ୍ଚଳ ରୁ ସହିଦ ଙ୍କ ଶେଷ ଦର୍ଶନ ପାଇଁ ଶହ ଶହ ଲୋକଙ୍କ ସହିତ, ସ୍ୱାଧୀନ କୁମାର ନାୟକ, ସୁବ୍ରତ ଛାଟୋଇ, ଦିବାକର ଛାଟୋଇ, ବାଇଧର ମଲ୍ଲିକ, ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଏକତ୍ରିତ ହୋଇଥିଲେ। ବୀର ପୁଅ କୁ ହରାଇ ସୁନ୍ଦର ଗ୍ରାମ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଗ୍ରାମ ବାସୀ ଦୁଃଖ ରେ ଭାଙ୍ଗି ପଡି ସହିଦ ଙ୍କୁ ବିଦାୟ ଦେଲାବେଳେ ସ୍ୱରାଜ ଅମର ରହେ ଶବ୍ଦ ରେ ସମ୍ପୂର୍ଣ୍ଣ ଅଞ୍ଚଳ ପ୍ରକମ୍ପିତ ହେଉ ଉଠୁ ଥିଲା l

Leave a Reply

Your email address will not be published. Required fields are marked *