ରାଜ୍ୟ

ତୀର୍ଥଯାତ୍ରା ବସ୍ ଧକ୍କାରେ ଟ୍ରାକ୍ଟର ଚାଳକର ମୃତ୍ୟୁ

Spread It

ତୀର୍ଥଯାତ୍ରା ବସ୍ ଧକ୍କାରେ ଟ୍ରାକ୍ଟର ଚାଳକର ମୃତ୍ୟୁ

ନିମାପଡା (ଏପିନ୍ୟୁଜ) ୯ ତାରିଖ ମଧ୍ୟରାତ୍ର ସମୟରେ ନିମାପଡା ପଦ୍ମାବତୀ ମଣ୍ଡପ ସାମ୍ନାରେ ଏକ ତୀର୍ଥଯାତ୍ରୀ ବସ୍ ଟ୍ରାକ୍ଟରକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟରଟି ଓଲଟି ପଡିଥିଲା। ଚାଳକ ଜଣକ ତଳେ ପଡି ଟ୍ରାକ୍ଟର ଇଂଜିନ୍ ତଳେ ଚାପିହେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡିଥିବା ଟ୍ରାକ୍ଟରକୁ ରାସ୍ତାଉପରୁ ହଟାଇ ଗାଡି ଚଳାଚଳକୁ ସ୍ବାଭାବିକ କରିଥିଲା। ମିଳିଥିବା ସୂଚନାରୁ ପ୍ରକାଶ ନିମାପଡାରେ ରାତିଅଧରେ ବେଆଇନ୍ ଭାବେ ବ୍ୟାପକ ଚୋରାବାଲି ଚାଲାଣ ହେଉଛି। ଟ୍ରାକ୍ଟର ଗୁଡିକ ଦିନବେଳା ପୁଲିସ ଏବଂ ପ୍ରଶାସନ ହାତଗୁଞ୍ଜା ଦେଇ ରାତି  ଅଧରେ ବ୍ୟାପକ ବାଲି ଚୋରାଚାଲଣ କରୁଛନ୍ତି। ଗତକାଲି ରାତିଅଧରେ ଏହି ଟ୍ରାକ୍ଟର ଚୋରାବାଲି ପରିବହନ କରି ଦୃତ ଗତିରେ ଯାଉଥିବା ସମୟରେ ପଛପଟରୁ ନେପାଳର ତୀର୍ଥଯାତ୍ରୀଙ୍କୁ ନେଇ କୋଣାର୍କ ଯାଉଥିବା ଏକ ବସ୍ ପଦ୍ମାବତୀ ମଣ୍ଡପ ସାମ୍ନାରେ ଏହି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହାପରେ ଟ୍ରାକ୍ଟର ଚାଳକର ମୃତ୍ୟୁ ହୋଇଥିଲା। ଚାଳକର ନାମ ସୁଶା ଭୋଇ (୪୦)। ଚାଳକ ନିମାପଡା ଏନ୍.ଏ.ସିର ୮ନଂ ୱାର୍ଡ ଦିପିରେଣ୍ଟା ଗ୍ରାମ‌ର ବୋଲି ଜଣା ପଡିଛି। ଚୋରାବାଲି ପରିବହନ କରି ମାଲିକମାନେ ପ୍ରଶାସନ ସାହାୟତାରେ ମାଲାମାଲ ହେଉଥିବା ବେଳେ ଗରିବ ଚାଳକର ପରିବାର ଉଜୁଡି ଯାଉଛି। ମୃତ ଚାଳକ ଗରିବ ସୁଶା ଭୋଇର ଏକ ପୁଅ ଓ ଝିଅ ଅଛନ୍ତି।

ଟୁରିଷ୍ଟ ବସ୍‌ଟିର ଫଟୋ-

Leave a Reply

Your email address will not be published. Required fields are marked *