ଶାସନ ଆପଣଙ୍କ ଦ୍ବାରରେ। ଏନ.ଏ.ସିରେ ଉପମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ
ନିମାପଡ଼ା, ୨୩/୬ (ଏପିନ୍ୟୁଜ) ସ୍ଥାନୀୟ ଟାଉନହଲ ଠାରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନ.ଏସି ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗର ଜନଶୁଣାଣୀ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଅସୁସ୍ଥତା ଥିଲେ ମଧ୍ୟ କାର୍ଯ୍ୟକ୍ରମକୁ ବାତିଲ ନକରି ଏନଏସିର ଜନସାଧାରଣଙ୍କ ପାଇଁ ଟାଉନହଲରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଆଜି ସମଗ୍ର ଦେଶରେ ସରକାରଙ୍କ ପକ୍ଷରୁ ଶ୍ୟାମାପ୍ରସାଦ ମୂଖାର୍ଜିଙ୍କ ବଳିଦାନ ଦିବସ ପାଳିତ ହେଉଛି। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପରିଡ଼ା ଟାଉନହଲ ପରିସରରେ ମାଟିଏ ଗଛଟିଏ କାର୍ଯ୍ୟକ୍ରମରେ ଏକ ବୃକ୍ଷର ଚାରା ରୋପଣ କରିଥିଲେ। ଜନଶୁଣାଣୀ କାର୍ଯ୍ୟକ୍ରମ ଏକନମ୍ବର ୱାର୍ଡ଼ ଠାରୁ ଆରମ୍ଭ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ପରିଷଦ ବାସିନ୍ଦାର ଅଭିଯୋଗ ଶୁଣିବାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସରକାରୀ କଳର ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବାସହ ସମସ୍ୟା କିଭଳି ସମାଧାନ ହୋଇପାରିବ ତାଙ୍କ ଅଧିନସ୍ଥ ଅଧିକାରୀ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଷଦର ଅଣ୍ଢିଆ ଓ ପାଟପୁର ମୈାଜାର ଚକବନ୍ଦୀ ସମାସ୍ୟାର ସମାଧାନ, ଏନ.ଏ.ସି ମୁଖ୍ୟ ସମସ୍ୟା ଡ଼୍ରେନେଜ ସମସ୍ୟାର ସମାଧାନ ବହୁ ଅଭିଯୋଗ ଆସିଥିଲା, ଆଜି ଜନଶୁଣାଣୀ କାର୍ଯ୍ୟକ୍ରମରେ ସାମୁହିକ ସମାସ୍ୟା ଉପରେ ଅଭିଯୋଗ ନଥିଲାବେଳ ନିଜସ୍ବ ସମସ୍ୟା ଉପରେ ସଂଖ୍ୟାଧିକ ଅଭିଯୋଗ ହୋଇଥିବା ସୁଚନା ମିଳିଛି। ତେବେ ନିମାପନା ଡ଼୍ରେନ ଭଳି ମୁଖ୍ୟ ସମାସ୍ୟା ସମାଧାନ ପାଇଁ ୫୦- କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପରିଷଦର ଉଦବୃତ ଜଳ ନିଷ୍କାସନ ପାଇଁ ମୁଖ୍ୟ ଡ଼୍ରେନ ହେବ ଏବଂ ବିଭିନ୍ନ ୱାର୍ଡ଼ରୁ ବାହାରିଥିବା ଛୋଟ ଡ଼୍ରେନ ଗୁଡ଼ିକ ମୁଖ୍ୟ ଡ଼୍ରେନ ସହ ଯୋଡ଼ାଯିବ ବୋଲି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଜନଶୁଣାରୀ କାର୍ଯ୍ୟକ୍ରମରେ ଏନ.ଏ.ସି ଅଧ୍ୟକ୍ଷ ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, କାଉନସିଲର ନିରଞ୍ଜନ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ସହକାରୀ ଯନ୍ତ୍ରୀ, ବିଜୟ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିଛି।
