ରାଜ୍ୟ

ଅନନ୍ତ ବଟ ଧାମରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

Spread It
ଚାରିଛକ, (ଏ ପି ନ୍ୟୁଜ) ଚାରିଛକ ନିକଟସ୍ଥ ଅମରେଶ୍ୱର ଭଇଁଚି ଗୋରଡି ଅନନ୍ତବଟ ଧାମରେ ୪୩ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ମହାଯଜ୍ଞ ଚାରିଦିନ ଧରି ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ପ୍ରାଚୀ ନଦୀ ର ଗୋତୀର୍ଥ ଠାରୁ ଭକ୍ତ ଓ କର୍ତ୍ତା କଳସ ପାଣି ଯଜ୍ଞ ମଣ୍ଡପ ରେ ସ୍ଥାପନ କରିବା ପରେ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ଚଳିତବର୍ଷ କର୍ତ୍ତା ଭାବେ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ କର୍ତ୍ତି ଭାବେ କୃଷ୍ଣ ପ୍ରିୟା ସାହୁ ମହାଯଜ୍ଞ ପୂଜାରେ ବସିଥିଲେ । ଶେଷ ଦିନରେ ସକାଳୁ ସୂର୍ଯ୍ୟ ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସନ୍ଧ୍ୟାରେ ଗୁରୁ ଅଦୈତ୍ୟ ଗୋସ୍ୱାମୀ ( ଉପେନ୍ଦ୍ର ଦାଶ) ଓ ଗୁରୁମା ମନୋରମା ଦାଶ ଙ୍କୁ କର୍ତ୍ତା କର୍ତ୍ତି ବନ୍ଦାପନା କରି ଗୁରୁପୂଜା କରିଥିଲେ। ପରେ ବିଭିନ୍ନ ଅଞ୍ଚଳକୁ ଆସିଥିବା ଭକ୍ତ ମାନେ ଗୁରୁ ପୂଜା କରି ଆଶ୍ରିବାଦ ଗ୍ରହଣ କରି ଥିଲେ ।  ମୁଖ୍ୟ ପଣ୍ଡିତ ସୁବାସ ଚନ୍ଦ୍ର ମିଶ୍ର ,ଅମୂଲ୍ୟ କୁମାର ମିଶ୍ର ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ୪ ଦିନ ଧରି ମହାଯଜ୍ଞ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ କୁମାର ମଲ୍ଲିକ ,ପ୍ରକାଶ ଚନ୍ଦ୍ର ମଲ୍ଲିକ , ଲଷ୍ମୀଧର ମଲ୍ଲିକ , ବଟକୃଷ୍ଣ ମଲ୍ଲିକ ,ନିଲୁ ମଲ୍ଲିକ , ଗୁଣନିଧି ମିଶ୍ର ,ଭଗବାନ ମିଶ୍ର, ଅରକ୍ଷିତ ଭୋଇ ,ସନ୍ତୋଷ କୁମାର ତ୍ରିପାଠୀ ,ସାଧୁ ନିମାଇଁ ଚରଣ ଦାସ ଙ୍କ ସହିତ ବିଭିନ୍ନ ଅଞ୍ଚଳକୁ ଆସିଥିବା ସାଧୁସନ୍ଥ ଭକ୍ତ ମାନେ ଯୋଗଦେଇ ଥିଲେ ।ନାମ କୀର୍ତ୍ତନ ହରିବୋଲ ହୁଳହୁଳି ରେ ଭଇଁଚିଗୋରଡି ଅନନ୍ତ ବଟ ଧାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *