ରାଜ୍ୟ

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

Spread It

ନିମାପଡା ୧୩. ୮. ୨୦୨୫
ପୁରୀ ଜିଲ୍ଲା ନିମାପଡଡା ବ୍ଲକ ଚାରିଛକ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ମନସ୍ବିନୀ ଲେଙ୍କା ଙ୍କତତ୍ୱାବଧାନରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି. ଏହି ବିଜ୍ଞାନ ମେଳା ରେ ୨୭ ତି ପ୍ରକଳ୍ପ ସ୍ଥାନ ପାଇଥିଲା. ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ NMPHS ଦିଘାଳ. ଏବଂ ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦୀପ ଚନ୍ଦ୍ର ସାହୁ. ପ୍ରକଳ୍ପ ରେ ଭାଗ ନେଇ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହୋଇଥିଲା. ଉକ୍ତ ବିଜ୍ଞାନ ମେଳା ରେ ଆଶୁତୋଷ ପଟ୍ଟନାୟକ ପ୍ରଥମ ସ୍ଥାନ ଶେଷ ଜିତ ମଲ୍ଲିକ ଦ୍ୱିତୀୟ ସ୍ଥାନ ଓ ଲଭଲି ପ୍ରିୟ ଦର୍ଶନୀ ଦାସ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ.ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର, ବାବାଜୀ ଚରଣ ସେନାପତି, କ୍ରିଷ୍ଣା ମହାପାତ୍ର, ରାନୀ ବସ୍ତିଆ ଆଦ୍ୟାଶା ପ୍ରିୟ ଦର୍ଶିନୀ, ମାନସ ରଞ୍ଜନ ନାୟକ ଶିବବ୍ରତ ମଲ୍ଲ SMDC ର ସଭ୍ୟ ତଥା ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ଜେନା ଇନ୍ଦ୍ରମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *