ରାଜ୍ୟ

ନିମାପଡା ପଡାରେ ଦଶମ ଶ୍ରେଣୀ ଛାତ୍ରୀର ଆହ୍ମହତ୍ୟା

Spread It

ନିମାପଡା ପଡାରେ ଦଶମ ଶ୍ରେଣୀ ଛାତ୍ରୀର ଆହ୍ମହତ୍ୟା

ନିମାପଡା ୧୩/୦୮(ଏପିନ୍ୟୁଜ): ନିମାପଡା ଅଣ୍ଢିଆସାହି ଗ୍ରାମରେ ଜଣେ ଦଶମ ଶେଅଣୀ ନାବାଳିକା ଆଜବେଷ୍ଟରେ ଝୁଲି ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ନିମାପଡା ବ୍ଲକ୍‌ ଗଡତୋରିହଁ ଗ୍ରାମର ଗୋଟିଏ ପରିବାର ଅଣ୍ଢିଆସାହିରେ ଘରଭଡା କରି ରହୁଥିଲେ। ନାବାଳିକାର ବାପା ମୂଲ ଲାଗିବାକୁ ଯାଇଥିବା ସମୟରେ ମାଆ ପରିବା କିଣିବାକୁ ବଜାରକୁ ଯାଇଥିଲେ। ‌ଘରକୁ ଫେରି ଦେଖିଲା ବେଳକୁ ଝିଅ ଘରର ଆଜବେଷ୍ଟ ସେଣୀରେ ଝୁଲୁଛି। ନାବାଳିକା ମାଆର ପାଟି ଶୁଣି ଆଖପାଖ ଲୋକ ଜମା ହୋଇଯାଇଥିଲେ। ଏହା ପରେ ଝିଅକୁ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କଣ ପାଇଁ ଆତ୍ମହତ୍ୟା କଲା ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *