ଜଳ ବାୟୁ ପରିବର୍ତନ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା
ଦେବି ମୁହାଣରେ ଲକ୍ଷାଧିକ ହେନ୍ତାଳ ଚାରା ରୋପଣ କରାଯିବ
ଅସ୍ତରଙ୍ଗ(ଏପିନ୍ୟୁଜ)
ଅତି ସମ୍ବେଦନଶୀଳ ଦେବି ମୁହାଣ ଅଞ୍ଚଳ ସାମୁଦ୍ରିକ ଅବକ୍ଷୟର ସମ୍ମୁଖୀନ ହେଉଛି । ବାତ୍ୟା ବନ୍ୟା ସୁନାମି ପ୍ରବଣ ଅଂଚଳ ଦେବୀ ମୁହାଣ ଅବ ବାହିକାରେ ବାସ କରୁଥିଵା ଅସ୍ତରଙ୍ଗ ଅଞ୍ଚଳବାସୀ, ଭୟାତୁର ଅବସ୍ଥାରେ କାଳିତିପାତ କରୁଛନ୍ତି । ଭାରତୀୟ ଜାତୀୟ ସାମୁଦ୍ରିକ ସର୍ଭେ ଅନୁଯାଇ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଉପକୂଳ ଭୁକମ୍ପଣ ପ୍ରବଣ ଜୋନ ମଧ୍ୟରେ ଅବସ୍ଥିତ । ବିଶ୍ଵ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ଯୋଗୁଁ ଅସ୍ତରଙ୍ଗ ର ଦେବୀ ମୁହାଣ ଠାରୁ କେଳୁଣି ମୁହାଣ ଦୀର୍ଘ କୋଡିଏ କିମି ପର୍ଯ୍ୟନ୍ତ ସାମୁଦ୍ରିକ ଅବକ୍ଷୟ ହେଉଛି । ଆଜି ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମ ଜାରି ରଖିଥିବା, ଏଫଏସଏ,ଭାରତୀୟ ତୈଳ ନିଗମ “ସ୍ୱାଦ’ ର ମିଳିତ ସହ ଯୋଗରେ ଅନୁଷ୍ଠାନ ର ଦୁଇ ଦିନିଆ କର୍ମ ଶାଳାରେ ବିସିଷ୍ଟ ପରିବେଶ ବିତ ଶୋଭାକର ବେହେରା ଙ୍କ ତତ୍ବାବ ଧାନରେ ଶତାଧିକ ସ୍ଥାନୀୟ ମହିଳା, ବୁଦ୍ଧିଜୀବୀ, ସାମ୍ବାଦିକ, ଏବଂ ସ୍ବେଛାସେବୀ ଉପସ୍ଥିତି ରହି ଉପକୂଳ ସୁରକ୍ଷା ପାଇଁ ପିର ଜାହାନିଆ କଲ୍ୟାଣ ମଣ୍ଡପ ପରି ସରରେ ସଂକଳ୍ପ ନେଇଥିଲେ । ଏହି ଦୁଇଦିନିଆ କର୍ମଶାଳାକୁ ପରିଚାଳନା ଓ ସହଯୋଗ କରିଥିଲେ ଥିଲେ , ସାମ୍ବାଦିକ ଦୁଃଶାସନ ନାୟକ, ରଞ୍ଜନ କୁମାର ନାୟକ,ପ୍ରଶାର ଖୁଣ୍ଟିଆ,ପ୍ରମୁଖ ।
