ରାଜ୍ୟ

ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ।

Spread It

ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ।
ପୁରୀ ୨୩/୬ ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଚଳିତ ରଥଯାତ୍ରାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବ ବର୍ଷ ତୁଳନାରେ ଅଧିକ ଚଳିତ ବର୍ଷ ଅଧିକ ଜନ ଗହଳି ଆଶା କରାଯାଉଛି।ତେଣୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମସ୍ତ କାର୍ଯ୍ୟ କୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥା ର ଅନୁଧ୍ୟାନ ପାଇଁ ଆଜିର ମକ ଡ୍ରିଲ ର ପରିକଳ୍ପନା।ପୂର୍ବରୁ ଏହା ମଧ୍ୟ କରାଯାଇଥିଲା।ଏହି ମକ ଡ୍ରିଲ ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ। ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟ ରେ ଏହି ମକ ଡ୍ରିଲ ବେଶ ସହାୟକ ହେବ।ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିବେ ଓ ଏକ ସୁଖଦ ଅନୁଭୂତି ନେଇ ଫେରନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା , ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ,ଏନଡିଆରଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ନବୀନ ଏସ ରାଣା,ସିଡିଏମଓ ଡା ଅକ୍ଷୟ ଶତପଥୀ କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଓସଡାମାର ଡିଜିଏମ ସୁନିଲ କୁମାର ସାହୁ ମାର୍ଗଦର୍ଶିକା ଅନୁସାରେ ମକଡ୍ରିଲ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *