ନୟାସବେରା ୟୁଥ ଟ୍ରଷ୍ଟ , ଜାତୀୟ କଂଗ୍ରେସ ଓ ପ୍ରେସକ୍ଲବ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ
ନିମାପଡ଼ା,(ଏ.ପି ନ୍ୟୁଜ) ନିମାପଡ଼ାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନୟାସବେରା ୟୁଥ ଟ୍ୟଷ୍ଟ ପକ୍ଷରୁ ଆଜି ୭୯ତମ ସ୍ୱାଧୀନତା ଦିବସ ମହାବୀର ପୀଠ ନିକଟରେ ପାଳନ କରାଯାଇଛି। ଅନୁଷ୍ଠାନର ସଂପାଦକ ନିର୍ମଳ ପରିଜା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତକା ଉତଳୋନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ ପାତ୍ର ସୌମ୍ୟରଞ୍ଜନ ସାହୁ , ସୌମ୍ୟରଞ୍ଜନ ଜେନା, ଶ୍ରଦ୍ଧାଞ୍ଜଳି ଓଝା ସୋମିତା ଭାଟିଆ, ଟି.ମୁନୀ, ଅନୁମା ରାଉତ, ପ୍ରଦିପ ପତି ପ୍ରମୁଖ ଉପସ୍ଥିତରହିଥିଲେ। କଂଗ୍ରେସ ଅଫିସରେ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନେତା ସିଦ୍ଧାର୍ଥ ରାଉତରାୟ ଅତିଥିଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ସାହୁ ବିପିନ ବିହାରୀ ବେହେରା, ରାମଚନ୍ଦ୍ର ଜେନା, ଅଜୟ କୁମାର ,ଅକ୍ଷୟ ବିଶ୍ୱାଳ, ବିଜୟ ମଲିକ, ଦିଲିପ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତଥିଲେ। ସେହିଭଳି ନିମାପଡ଼ା ପ୍ରେସ କ୍ଲବ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସଭାପତି ଅକ୍ଷୟ ବେହେରା ପତକା ଉତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ରମାକାନ୍ତ ବେହେରା, ସୁଦର୍ଶନ ବେହେରା, ଅଶୋକ କୁମାର ବେହେରା, ପ୍ରଦ୍ୟୁମ୍ନ ବେହେରା, ଶରତ ଚନ୍ଦ୍ର ସେନାପତି, ରଜଂନ ପଟ୍ଟନାୟକ, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଳୀନା ମହାପାତ୍ର, ମିଲି ସିଂ ପ୍ରମୁଖ ଉପସ୍ଥିତ ଥିଲେ।
