ରାଜ୍ୟ

ଜାତୀୟ ପତକା ଉତ୍ତୋଳନପାଇଁ ଖୁଣ୍ଟ ପୋତିବା ସମୟରେ ବିଦ୍ୟୁତ ତାର ସଂପର୍ସରେ ଆସି ସରପଂଚ ଆହତ

Spread It

ନିମାପଡ଼ା (ଏ.ପି ନ୍ୟୁଜ) ଆଜି ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ନିକଟସ୍ଥ ରେଚଂଶାସନ ପଚାଂୟତ ଅଫିସରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ପତକା ଉତ୍ତୋଳନ କରିବା ପାଇଁ ସରପଚଂ ପ୍ରସନ୍ନ କୁମାର ସ୍ୱାଇଁ ଏକ ଲୁହା ପାଇପକୁ ନେଇ ପୋତିବାକୁ ଚେଷ୍ଟା କରୁଥିବା ସମୟରେ ଖୁଟଂକୁ ଟେକି ପୋତିବାବେଳେ ଉପରେ ଯାଇଥିବା ବିଦ୍ୟୁତ ୧୧କେଭି ବିଦ୍ୟୁତ ତାର ସସ୍ପର୍ଷରେ ଆସି ଝଟକା ଖାଇ ତଳେ ପଡି଼ଯାଇ ଚେତା ହରାଇ ଥିଲେ। ପ୍ରାଥମିକ ଚିକିତ୍ସାପରେ ସରପଚ ସୁସ୍ଥ ହୋଇଥିଲେ। ପତକା ଉତୋଳନ ପାଇଁ ନିକଟରେ ଥିବା ପଂଚାୟତର ଅନ୍ୟଜରେ ଯୁବ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଡ଼ାକ୍ତରଖାନା ଯାଇଥିବା ସୁଚନା ମିଳିଛି। ପଂଚାୟତ ଅଫିସ ଉପରଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ହଟାଇବା ନଚେତ ସୂରକ୍ଷା ବ୍ୟବସ୍ଥା କରିବାକୁ ସରପଂଚ ଶ୍ରୀ ସ୍ୱାଇଁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *