ରାଜ୍ୟ

ଭୁବନେଶ୍ୱର ଦୁବାଇ ବିମାନସେବା ବନ୍ଦ ହେବା ଆଶଙ୍କା

Spread It

ଭୁବନେଶ୍ୱର, (ଏପି ନ୍ୟୁଜ) ରାଜ୍ୟର ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଏକ ଧକ୍କା ଦେଲାଭଳି ଖବର ଆସିଛି। ମିଳିଥିବା ସୁଚନାରୁ ଜଣାଯାଏ ଭୁବନେଶ୍ୱର – ଦୁବାଇ ମଧ୍ୟରେଥିବା ସିଧା ବିମାନସେବାକୁ ବନ୍ଦ କରିଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁଏହି ରୁଟରେ ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ ବନ୍ଦକରିବ। ଭୁବନେଶ୍ୱର-ଦୁବାଇ ମଧ୍ୟରେ ସପ୍ତାହକୁ ତିନିଥର ବିମାନ ଚଳଚଳ କରୁଥିଲା। ସଂଶୋଧିତ ବିମାନ ଚଳାଚଳ ନିର୍ଘଟଂ ଇଣ୍ଡିଗୋର ଭୁବନେଶ୍ୱର-ଦୁବାଇ ରୁଟର ନାମ ନଥିବା କମ୍ପାନୀ ବିମାନ ସେବା ବନ୍ଦ କରୁଥିବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ଭୁବନେଶ୍ୱରରୁ ଦୁବାଇ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଭାୟା ଆବୁଧାବି ହୋଇଯାଇପାରିବେ। କିମ୍ବା ଭୁବନେଶ୍ୱରରୁ ଦିଲ୍ଲୀ, କଲିକତା, ବେଙ୍ଗାଲୁର ,ମୁମ୍ବାଇ କିମ୍ବା ଅନ୍ୟବଡ଼ ସହର ବାଟଦେଇ ଦୁବାଇ ସିଧା ଯାଇପାରିବେ। ଇଣ୍ଡିଗୋ ଗତ୨୦୨୩ ମସିହାରୁ ଭୁବନେଶ୍ୱର – ଦୁବାଇ ମଧ୍ୟରେ ସିଧା ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *