ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ୟମରେ ଇଗନୁ ରେ ଓଡ଼ିଆରେ ପଢାହେବ ଶିଶୁ ଲାଳନପାଳନର ବର୍ଷିକିଆ ପାଠ
ନିମାପଡ଼ା(ଏ.ପି ନ୍ୟୁଜ) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶିଶୁଲାଳନ ପାଳନ ଓ ଯତ୍ନ ଶିକ୍ଷା ସଂପର୍କରେ ଏକ ବର୍ଷିକିଆ ଡ଼ିପ୍ଲୋମା ପାଠ ଏଣିକି ଓଡ଼ିଆରେ ଶିକ୍ଷା ଦିଆଯିବ। ଜାତୀୟ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କୋର୍ସକୁ ଗତ ୧୮ ତାରିଖରେ ଉଦଘାଟନ କରିଛନ୍ତି। ଶିଶୁ ଲାଳନ ପାଳନ ଓ ଯତ୍ନ ବିଷୟରେ ଏକ ବର୍ଷର ଡ଼ିପ୍ଲୋମା ପାଠ। ଉଚ୍ଚମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବା ପିଲାମାନେ ଉକ୍ତ ବିଷୟରେ ଡ଼ିପ୍ଲୋମା କୋର୍ସ କରିପାରିବେ। ରାଜ୍ୟରେ ଶହଶହ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ପାଇଁ ଏହି ଡ଼ିପ୍ଲୋମା କୋର୍ସ ଉପାଦେୟ ହେବ। ଜାତୀୟ ଶିକ୍ଷା ନୀତି ଆଇନ ୨୦୨୦ ଅନୁଯାୟୀ ଜନ୍ମରୁ ଛବର୍ଷ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ଗ୍ରହଣ କେନ୍ଦ୍ର କେଜି, ପ୍ରି–ବିଦ୍ୟାଳୟ, ପ୍ରି ପ୍ରାଥମିକ ବିଦ୍ୟାଳୟ, ନର୍ସରୀ ସ୍କୁଲ ଅଙ୍ଗନବାଡ଼ି, ଓ ବାଲବିକଶା କର୍ମୀଙ୍କ ଏହିଶିକ୍ଷା ମାର୍ଗ ଦର୍ଶିକାଭାବେ କାର୍ଯ୍ୟ କରିବ। ଶିଶୁ ଲାଳନପାଳନ ଓ ଯତ୍ନ ବିଷୟରେ ଓଡ଼ିଆ ଡ଼ିପ୍ଲୋମା କୋର୍ସ ଉଦଘାଟନ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଶୀଂ ସୁରଜ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଉମା କାଲ, ଉଚ୍ଚଶିକ୍ଷା ସଚିବ, ମହିଳା ଶିଶୁ ବିଭାଗର ନିର୍ଦ୍ଦେଶିକା ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ପୁର୍ବରୁ ଇଗନୁରେ ପୂର୍ବରୁ ଇଂଗ୍ରାଜି ହିନ୍ଦି ଏବଂ ତାମିଲ ଭାଷାରେ ପାଠ ପଢାଯାଥିଲା। ଏଣିକି ଏହି ପାଠ ଓଡ଼ିଆରେ ଓଡ଼ିଶାର ପିଲାମାନେ ପଢିବେ ଏହା ଦ୍ୱାରା ଶହଶହ ଅଙ୍ଗନବାଡ଼ିକର୍ମୀମାନେ ଏଣିକି ଓଡ଼ିଆରେ ଏହି ଜାତୀୟସ୍ତରପାଠ ଶିଶୁ ଲାଳନପାଳନ ଓଡ଼ିଆରେ ଶିକ୍ଷା ଗ୍ରହଣ କରିବେ।
