ରାଜ୍ୟ

ଶହେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ରାଜ୍ୟପାଳ

Spread It

ଭୂବନେଶ୍ୱର,(ଏ.ପି.ନ୍ୟୁଜ) ରାଜ୍ୟପାଳ ଶହେ ଜଣ ଯକ୍ଷ୍ମା ରୋଗରେ  ପିଡ଼ିତ ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ରାଜ୍ୟପାଳ ଡ଼ଃ ହରିବାବୁ କୁମ୍ଭମପାଟି। ଯକ୍ଷ୍ମାରୋଗୀମାନେ ଆରୋଗ୍ୟ ଲାଭ କରିବା ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବଟଂନ କରାଯିବ। ଏହି ବିଷୟନେଇ ରାଜଭବନ ପକ୍ଷରୁ ଆଗତ ପ୍ରସ୍ତାବକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମତି ପ୍ରଦାନ କରିଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହାର ଉତ୍ତରରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ୱଥୀ.ଏସ ରାଜ୍ୟପାଳଙ୍କ ସଚିବ ରୁପାରୋଶନ ସାହୁଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯକ୍ଷ୍ମା ରୋଗର ମୂଳତ୍ପାଟନ ଦିଗରେ ରାଜ୍ୟପାଳ ଆଗ୍ରହ ସ୍ୱାଗତ ଯୋଗ୍ୟ। ଖୋର୍ଦ୍ଧା ଜିଲାର ୧୦୦ରୋଗୀଙ୍କୁ ଚିକିତ୍ସା ସମୟରେ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବଟଂନ କରାଯାଇପାରିବ। ଏଥିପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ଆକାଉଟଂରେ ୪ଲକ୍ଷ ୨୦ ହଜାର ଟଙ୍କା ଜମା କରାଯିବ। ଏହାପରେ ଖାଦ୍ୟ ବଟଂନ ପାଇଁ ଏକ ସମୟ ଧାର୍ଯ୍ୟ କରାଯିବବୋଲି ସ୍ୱାସ୍ଥ୍ୟ ସଚିବଙ୍କ ସୁତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *