ନିମାପଡ଼ା ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଏହାପରେ ଏକ ଶୋଭାଯାତ୍ରାରେ ସେ ଶାଇଁସ ଶାସନ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ। ଏଠାରେ ସେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଶାଇଁସ ଶାସନ ଗ୍ରାମପଞ୍ଚାୟତର ସୁବିଧା କେନ୍ଦ୍ର ଏବଂ ମହିଳା ଓ ଶିଶୁ ବିକାଶ ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା “ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହ”ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ଧଳେଶ୍ୱରର ବୁଧେଇ ପ୍ରାଥମିକ ବିଦ୍ୟାଳୟଠାରେ ବୁଧେଇ ପ୍ରାଥମିକ ବିଦ୍ୟାଳୟ, ନହନ୍ତରା ପ୍ରାଥମିକ ବିଦ୍ୟାଳୟ, କୋପିନ୍ଦ-ପାଟେଳିଗ୍ରାମ ପ୍ରାଥମିକ ବିଦ୍ୟାଳୟ, କୋହ୍ଲଣା ପ୍ରାଥମିକ ବିଦ୍ୟାଳୟ, ଏକମକଣା ପ୍ରାଥମିକ ବିଦ୍ୟାଳୟ ଏବଂ ସଲଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତରେ ସେ ନିମାପଡ଼ା ବ୍ଲକ ଅଧିନସ୍ଥ ତେରୁଣ୍ଡିଆ ଗ୍ରାମପଞ୍ଚାୟତର କୁରୁକୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉତ୍ସବରେ ଉପମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବିଡିଓ ଅଭିଜିତ ଷଡଙ୍ଗୀ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମିତିସଭ୍ୟା ସନ୍ଧ୍ୟାରାଣୀ ରଥ ଇତ୍ୟାଦି ପ୍ରମୁଖ ଉପସ୍ଥିତ ଥିଲେ।
