ରାଜ୍ୟ

ପୁରୀ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବୈଠକ

Spread It

ପୁରୀ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ବୈଠକ
ଆଜି ତା.୨୧.୦୮.୨୦୨୫ରିଖ ଅପରାହ୍ନ ୪ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ୍)ଙ୍କ ଚାମ୍ବରରେ ବରିଷ୍ଠ ନାଗରୀକଙ୍କର ତୀର୍ଥଯାତ୍ରା ଉପରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ଶ୍ରୀ ନୀଳମାଧବ ଭୋଇଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଏଥିରେ ପୁରୀଜିଲ୍ଲାରୁ ମୋଟ ୯୭୨ଜଣ ଦରଖାସ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ବ୍ୟାଚ୍ ରେ ୧୨୭ଜଣଙ୍କୁ ତୀର୍ଥ ଯାତ୍ରାରେ ଜିଲ୍ଲାପାଇଁ ମନୋନୀତ କରାଯାଇଅଛି । ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଅଯୋଧ୍ୟା ଠାରୁ ବାରଣାସୀ ପର୍ଯ୍ୟନ୍ତ ଭ୍ରମଣ କରିବେ। ଏହି ତୀର୍ଥ ଯାତ୍ରୀମାନେ ଆସନ୍ତା ତା.୧୦.୦୯.୨୦୨୫ରିଖ ଠାରୁ ତା.୧୫.୦୯.୨୦୨୫ରିଖ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନେ ଭ୍ରମଣ କରିବେ । ପୂର୍ବରୁ ତା.୦୯.୦୯.୨୫ରିଖରେ ମେଡିକାଲ୍ ଟେଷ୍ଟ ତୀର୍ଥଯାତ୍ରୀଙ୍କୁ କରାଯିବ । ଏମାନେ ପୁରୀଠାରୁ ଟ୍ୟୁରିଷ୍ଟ ବସ୍‌ରେ ଯିବେ ଗୋଟେ ଦିନ ଭୁବନେଶ୍ଵରରେ ରହିବେ, ତାପରଦିନ ଟ୍ରେନ୍‌ରେ ସଂରକ୍ଷଣ ଦିଆଯାଇଥୁବା ସିଟ୍‌ରେ ତୀର୍ଥଯାତ୍ରୀମାନେ ଯିବେ, ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଉକ୍ତ ବୈଠକରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ସହକାରୀ ନିର୍ଦ୍ଦେର୍ଶକ ପର୍ଯ୍ୟଟନ ଶ୍ରୀ ସରୋଜ କୁମାର ପ୍ରଧାନ, ଅତିରିକ୍ତ ଏସ୍.ପି. ଶ୍ରୀ ସଚ୍ଚିନ୍ ପଟେଲ, ଏ.ଆର.ଟି.ଓ. ଦେବାଶିଷ ପଣ୍ଡା, ଜିଲ୍ଲା ସମାଜ ଓ ସୁରକ୍ଷା ଅଧୂକାରିଣୀ ତନୁପ୍ରଭା ବେହେରା, ଜିଲ୍ଲାସଂସ୍କୃତି ଅଧୂକାରୀ ଶ୍ରୀ ହେମନ୍ତ କୁମାର “ବେହେରାଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧୁକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ବୈଠକରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *