କେଜିଏ ଓଜନର ଗଞା ଓ ନଗଦ୩୬ ହଜାରଟଙ୍କା ଜବତ
ଚାରିଛକ(ଏ.ପି ନ୍ୟୁଜ) ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ ଜନାର୍ଦ୍ଦନପାଢୀଙ୍କ ତତ୍ୱବଧାନରେ ଥାନା ଅଧିକାରୀ ମମତା ବିଶ୍ୱାଳ ସଦଳବଳ ନେଇ ଚାରିଛକ ଥାନା ଅନ୍ତର୍ଗତ ଭାଣପୁରର ସଭାମଣ୍ଡପ ନିକଟରେ ଗଞେଇ ବିକ୍ରିହେଉଥିବା ଅଭିଯୋଗ ମିଳିବାପରେ । ଚାରିଛକ ପୁଲିସ ତୁରନ୍ତସ୍ଟଣାସ୍ଥଳରେ ପହଁଜିଂ ସାଗର ପଣ୍ଡା ଆଲିଆସ ବାବୁନା ଏକ ଓଡ଼ି ୧୩ ଏମ ୪୯୭୬ ନମ୍ବର ସ୍କୁଟର ଡ଼ିକିରେ ଗଞେଇ ଥିବା ଗୁଇନ୍ଦା ଖବରକୁନେଇ ସଭାମଣ୍ଡପ ନିକଟରେ ଚଢଉ କରିଥିଲା। ଅଭିଯୁକ୍ତ ସାଗର ସ୍କୁଟରକ ପୁଲିସ ତଲାସି ନେବାରେ ସ୍କୁଟରରୁ ଏକ କିଲୋଗ୍ରାମ ୮୧୩ ଗ୍ରାମର ଗଞେଇ ଏବଂ ନଗଦ ୩୬ ହଜାର୫୭୦ ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତ ଚୋରା ଗଞେଇବେପାରୀ ସାଗର ପଣ୍ଡା୍କୁଏନ.ଡ଼ି.ପିଏସ ଆଇନବଳରେ ରେ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଜବତ ଗଞେଇର ମୂଲ୍ୟ ଆନୁମାନିକ ୧୯ ହଜାର ଟଙ୍କା ହେବ ବୋଲି ପୁଳିସ ଆକଳନ କରିଛି। ଏସଆଇ କେ. ପୃଷ୍ଟି.ଏ,ସଆଇ ବିଆରମୁର୍ମୁ ଫୁଲିସ ଫୋର୍ସ ସହ ଚଢଉ କରିଥିଲେ।
