ରାଜ୍ୟ

କେନାଲବନ୍ଧ ରାସ୍ତା ଅବସ୍ଥାକୁ ନେଇ ଆନ୍ଦୋଳନ ଧମକ

Spread It

ନିମାପଡା ଜଲସମ୍ପଦ ବିଭାଗ ଅଧୀନରେ ଥ‌ିବା ଏନ୍.ଏ.ସି ସ୍ଥିତ ଜୟଗୁରୁ ଆଶ୍ରମ ଠାରୁ ମୁସ୍‌ଲିମ୍ ସାହି ପର୍ଯ୍ୟନ୍ତ ରାସ୍ତା ମୃତ୍ୟୁଜନ୍ତାରେ ପରିଣତ ହୋଇଛି। ଗତ ଜାନୁୟାରୀ ୩୧ତାରିଖରେ ଉପମୁଖ୍ୟମନ୍ତ୍ରୀ ଏହି ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଦୀର୍ଘ ୮ ମାସର ବ୍ୟବଧାନ ପରେ ମଧ୍ୟ ରାସ୍ତା ର ଉନ୍ନତିକରଣ ହୋଇନପାରି ଏହା ମୃତ୍ୟୁ ଯନ୍ତାରେ ପରିଣତ ହୋଇଛି। ଗଡଅଣ୍ଢିଆ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ବନ୍ଧକୁ କାଟି ଗୁପ୍ତା ଜୋରକୁ ଡ୍ରେନ ସଂଯୋଗ ପାଇଁ କଲଭଟ ନିର୍ମାଣ କାମ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏ ମରାମତି କାମକୁ ଅଧାରୁ ବନ୍ଦ କରି ଦିଆଯାଇଛି। ମାନନୀୟ ଉପମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟ ଉପରେ ନଜର ଯାଉନାହିଁ। 

DCM ମହୋଦୟା ଙ୍କୁ କଣ ନିମାପଡା ଅବସ୍ଥା ଦେଖାଯାଉ ନାହିଁ.. କଣ ପାଇଁ ଆପଣ ଏହା ଉପରେ କୌଣସି ଆକ୍ସନ ନେଉନାହାନ୍ତି.? ଅବଶ୍ୟ ଆଜି କାଲି ଆପଣ ଭୁବନେଶ୍ବର ରେ ରହୁଛନ୍ତି ତେଣୁ ଏ ସବୁ କୁ ଅଣ ଦେଖାକଲେ ବି ଚଳିବ… ନିମାପଡା ଜଳସମ୍ପଦ ଅଧୂକାରୀଙ୍କୁ ପ୍ରଶ୍ନ…
1- କେବେ a ରାସ୍ତା କାମ ସରିବ ଏବଂ ତାହା ସହ ଗୁମ୍ଫା ଜୋର ଡ୍ରେନ କାମ ମଧ୍ୟ ?
2- ଏ କାମ ସରିବାର ଅବଧି କେତେ ଦିନ ? ଆଜିସୁଦ୍ଧା ୮ ମାସ ବିତିଗଲାଣି ଫଳକ ଅନୁସାରେ..
3- ଉତ୍ତର ରଖନ୍ତୁ ନ ହେଲେ ଆଗକୁ ସତର୍କ ରୁହନ୍ତୁ ଆମେ RTI ମାଗିବା ସହ ଆପଣଂକ ଅଫିସ ମଧ୍ୟ ଘେରାଉ କରି ପାରୁ
4- ନିମାପଡା ରେ ଥ‌ିବା PDW, RD ଅଏବଂ NAC ର ଅବସ୍ଥା ମଧ୍ୟ ସମାନ, ସେମାନେ ମଧ୍ୟ ନିଜକୁ ସଜାଡି ବା ଦରକାର.
5-DCM ମହୋଦୟା ଙ୍କୁ ଅନୁରୋଧ ଆପଣ ମଧ୍ୟ ୟା ପ୍ରତି କଡା ନଜର ଦିଅନ୍ତୁ ନ ହେଲେ ନେଡି ଗୁଡ କହୁଣି କୁ ବୋହିଯିବ..

ଯଦି ରାସ୍ତା ଅବସ୍ଥା ଏମିତି ରୁହେ ତେବେ ଜଳସେଚନ ଅଫିସ୍ ସାମ୍ନାରେ ସାମାଜିକ କର୍ମୀ ଦିଲିପ ପାତ୍ର ଧାରଣା ଦେବେ।

Leave a Reply

Your email address will not be published. Required fields are marked *