ରାଜ୍ୟ

ଅଣ୍ଢିଆ ଶାସନ ଗ୍ରାମ ଜଳକୁଣ୍ଡରେ ପରିଣତ

Spread It

ଜଣେ ସଚେତନ ଓ ଶୃଙ୍ଖଳିତ ନାଗରିକ ଭାବରେ ବାରମ୍ବାର ନିମାପଡା ବିଜ୍ଞାପିତ ପରିଷଦ ଅଞ୍ଚଳ ପରିଷଦର ସମସ୍ତ ଉଚପଦସ୍ଥ ଅଧିକାରୀ ମାନଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ବେ ଆମ ୭ନମ୍ବର ୱାର୍ଡର ଅଣ୍ଢିଆ ଶାସନ ଗ୍ରାମର ରାସ୍ତାକାମ ଅତି ନିମ୍ନମାନର କରାଯାଇଛି । ଅଣ୍ଢିଆ ଶାସନ ଗ୍ରାମରେ ଆଣ୍ଠୁଏ ଉଚ୍ଚର ପାଣି ବର୍ଷା ନଥିବା ସମୟରେ ମଧ୍ୟ ଜମିରହୁଛି । ଘର ମଧ୍ୟକୁ ପ୍ରବେଶ କରିବା ମଧ୍ୟ ଅସମ୍ଭବ । ବର୍ଷା ନଥାଇ ମଧ୍ୟ ରାସ୍ତା ଉପରେ ପାଣି ଜମା ହୋଇ ରହୁଛି । ବାସ୍ତବିକ ଅତ୍ୟନ୍ତ ଦୁଃଖଦାୟକ କଥା । ପାଣିମଧ୍ୟରେ ଗୋବର, କୁକୁରମଳ ଏପରିକି ମଣିଷମଳ ଧୋଇହୋଇ ଆସି ଜମାହେବ। କେତେଦୂର ଯୁକ୍ତିଯୁକ୍ତ ତାହା ଆପଣମାନେ ବିଚାର କରିବେ । ବାରମ୍ବାର କହି ମଧ୍ୟ କେହି ୨ବର୍ଷ ହେବ ଦୃଷ୍ଟିନଦେବା ଅତ୍ୟନ୍ତ ପରିତାପର ବିଷୟ । ପାଠକ ନିର୍ମଳ ମିଶ୍ରଙ୍କ ଦାବୀକୁ ନେଇ ପରିସରଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ।

Leave a Reply

Your email address will not be published. Required fields are marked *