ରାଜ୍ୟ

ବିମାନ ଭଳି ରେଳଯାତ୍ରୀଙ୍କ ଲଗେଜ୍‌ର ଓଜନ ସୀମା ଧାର୍ଯ୍ୟ କରାଯିବ, ଅଧିକ ନେଲେ ଜରିମାନା

Spread It

ନୂଆଦିଲ୍ଲୀ, ୧୯/୮: ବିମାନଯାତ୍ରୀଙ୍କ ଭଳି ରେଳଯାତ୍ରୀଙ୍କୁ ଖୁବ୍‌ଶୀଘ୍ର ଅଧିକ ଓଜନର ବ୍ୟାଗପତ୍ର ନେଲେ ଜରିମାନା ଗଣିବାକୁ ପଡ଼ିବ। ରେଳଯାତ୍ରୀଙ୍କ ପାଇଁ ରହିଥିବା ବ୍ୟାଗେଜ୍ ନିୟମକୁ ଶୀଘ୍ର କଡ଼ାକଡ଼ି କରାଯିବ ବିମାନଯାତ୍ରୀଙ୍କୁ ଯେଭଳି ଲଗେଜ୍ ସୀମା ବାହାରେ ଅଧିକ ସାମଗ୍ରୀ ନେଲେ ଜରିମାନା ପଡୁଛି ରେଳଯାତ୍ରୀଙ୍କୁ ମଧ୍ୟ ସେଭଳି ଜରିମାନା ଗଣିବାକୁ ପଡ଼ିବ। ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗକୁ ରେଳ ଷ୍ଟେସନରେ ଇଲେକ୍ଟ୍ରୋନିକ ମେସିନରେ ଓଜନ କରିବାକୁ ପଡ଼ିବ। ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଏହି ନିୟମ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର କେନ୍ଦ୍ରୀୟ ରେଳଜୋନ୍‌ର ପ୍ରୟାଗରାଜ ଜଙ୍କସନ, କାନପୁର ସେଣ୍ଟାଲ, ମିର୍ଜାପୁର ଭଳି ଷ୍ଟେସନରେ ଏହି ନିୟମକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ। ସୂଚନା ଅନୁଯାୟୀ, ଏସି ପ୍ରଥମ ଶ୍ରେଣୀରେ ଯାତ୍ରୀମାନେ ୭୦ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ସାଥିରେ ନେଇପାରିବେ। ଦ୍ବିତୀୟ ଶ୍ରେଣୀ ଏସି ଯାତ୍ରୀଙ୍କୁ ୫୦ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ନେବାକୁ ଅନୁମତି ମିଳିବ। ତୃତୀୟ ଶ୍ରେଣୀ ଏସି ଓ ସ୍କ୍ରିପର ଶ୍ରେଣୀରେ ୪୦ କିଗ୍ରା ଏବଂ ସାଧାରଣ ଶ୍ରେଣୀରେ ୩୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ବିନା ମୂଲ୍ୟରେ ଯାତ୍ରୀଙ୍କୁ ନେବାର ଅନୁମତି ଦିଆଯିବ। ଅଧିକ ବଡ଼ ଆକାରର ବ୍ୟାଗ୍ ନେଉଥିଲେ ଓଜନ ଯାହା ହେଲେ ମଧ୍ୟ ସେଥିପାଇଁ ବି ଜରିମାନା ଦେବାକୁ ପଡ଼ିବ। ତେବେ ରେଳବାଇ ପକ୍ଷରୁ କୁହାଯାଇଛି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଲଗେଜ୍ ନୀତି ରହିଛି। କିନ୍ତୁ ତାହାକୁ କାର୍ଯ୍ୟକାରୀ କରାଯିବା ପ୍ରାୟତଃ ଦେଖାଯାଇ ନଥାଏ। ଆଗାମୀ ଦିନରେ ତାହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *