ରାଜ୍ୟ

ପୋଲିସ ର ଆଇନ ସଚେତନତା ଶିବିର ଅନୁଷ୍ଠିତ

Spread It
ଚାରିଛକ,(ସନ୍ତୋଷ ଦାଶ) ନିକଟସ୍ଥ ତୁଳସୀପୁର ପଞ୍ଚାୟତ ର ବିଭିନ୍ନ ପୂଜା କମିଟି ମାନଙ୍କ ସହିତ ଚାରିଛକ ଥାନା ପୋଲିସ ର ତୁଳସୀପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଯୋଗ ଦେଇ ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କୁ ସରକାର ପ୍ରଣୟନ କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ ପୂଜା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କାହା ଠାରୁ ଚାନ୍ଦା ଆଦାୟ ନ କରିବାକୁ, ପୂଜା ଓ ଭସାଣୀ ସମୟରେ ଡି ଜେ ସାଉଣ୍ଡ ବ୍ୟବହାର ନ କରିବାକୁ, ପୂଜା ଓ ଭସାଣୀ ସମୟରେ ଆତସବାଜି ବ୍ୟବହାର ନ କରିବାକୁ, ପୂଜା ଓ ଭସାଣୀ ସମୟରେ ମଦ୍ୟ ବା ଅନ୍ୟ ନିଶା ଦ୍ରବ୍ୟ ସେବନ ନ କରିବାକୁ, ୩ ତାରିଖ ମଧ୍ୟରେ ପୂଜା ଓ ଭସାଣୀ ଶେଷ କରିବାକୁ, ରାତି ୧୦ ଟା ମଧ୍ୟରେ ଭସାଣୀ ଉତ୍ସବ ଶେଷ କରିବାକୁ, ସମସ୍ତ ପୂଜା କମିଟି ସ୍ଥାନୀୟ ପୋଲିସ କୁ ସହାୟତା ପ୍ରଦାନ କରିବାକୁ ରହିଥିବା ନିୟମ କୁ ପାଳନ କରିବାକୁ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କୁ ସଚେତନ କରା ଯାଇଥିଲା। ଏହି ବୈଠକ ରେ ସରପଞ୍ଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ, ପୁର୍ବତନ ସରପଞ୍ଚ ଭଗବାନ ମିଶ୍ର, ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରକାଶ କୁମାର ସାହୁ, ରମାକାନ୍ତ ମଳିକ, ସମୀର କୁମାର ସାହୁ, ଆଇନଜିବି ରଜନୀକାନ୍ତ ତ୍ରିପାଠି, ନିରଂଜନ ତ୍ରିପାଠି, ସୁରେନ୍ଦ୍ର ବେହେରା, କେଦାରନାଥ ବାରିକ ଙ୍କ ସହିତ ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *