ରାଜ୍ୟ

ଦାଦନ ଖଟିବାକୁ ଯାଇଥିବା ଯୁବକର ଫେରିବାବେଳେ ମୃତ୍ୟୁ। ରେଙ୍ଘାଳୋ ଗ୍ରାମରେ ଶୋକର ଛାୟା

Spread It

ଖେଲାର:(ଏପିନ୍ୟୁଜ) ଗରିବ ପରିବାରର ଏକମାତ୍ର ଯୁବକ ବିଜୟ ନାୟକ ରୋଜଗାର କରିବାପାଇଁ କେରଳ ଯାଇଥିଲା। କେରଳରେ ମାଛଧରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେହ ଅସୁସ୍ଥ ହେବାରୁ କେରଳରୁ ଭୁବନେଶ୍ବର ଟ୍ରେନ୍‌ରେ ଫେରୁଥିଲା। ପାଲଘାଟ ନାମକ ରେଳ‌ଷ୍ଟେସନରେ ଦେହ ଅଧିକ ଖରାପ ହୋଇ ପଡିବାରୁ ପୁଲିସ ଏବଂ ଷ୍ଟେସନ୍‌ର କୁଲି ମାନଙ୍କ ସହଯୋଗରେ ପାଲଘାଟରେ ଥିବା ଏକ ସରକାରୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲା। ବିଜୟର ଫୋନ ସାହାର୍ଯ୍ୟରେ ତା ସ୍ତ୍ରୀକୁ ଅବଗତ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ସମୟରେ ବିଜୟର ମୃତ୍ୟୁ ଘଟିଥିଲା। ତା’ର ଶବର ପାଲଘାଟରୁ ନିମାପଡା ଆଣିବାପାଇଁ ମୃତ ବିଜୟର ସ୍ତ୍ରୀ ସରକାରଙ୍କ ନିକଟରେ ନିବେଦନ କରୁଛି।

Leave a Reply

Your email address will not be published. Required fields are marked *