ରାଜ୍ୟ

ବ୍ରହ୍ମେଶ୍ୱର ଶମ୍ଭୁ ମନ୍ଦିର ରୁ ଅଳଙ୍କାର ଲୁଟ

Spread It

ବ୍ରହ୍ମେଶ୍ୱର ଶମ୍ଭୁ ମନ୍ଦିର ରୁ ଅଳଙ୍କାର ଲୁଟ

ଚାରିଛକ,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଚାରିଛକ ମେଡିକାଲ ନିକଟସ୍ଥ ଥାନା ର ଅତି ନିକଟରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ମୂଲ୍ୟ ର ଅଳଙ୍କାର ଗତ କାଲି ରାତିରେ ଦୁବୃର୍ତ୍ତ ମାନେ ଲୁଟ କରି ନେଇଥିବା ଚାରିଛକ ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ଗତକାଲି ରାତିରେ ଦୁର୍ବୁତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ପ୍ରଭୁଙ୍କର ମୂର୍ତ୍ତି, ରୁପା ମୁକୁଟ, ରୁପା ଆଖି, କାନ ଝୁମୁକା ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ସବୁ ଲୁଟ କରି ନେଇ ଯାଇଥିବା ସକାଳୁ ବ୍ରାହ୍ମଣ ପୂଜା କରିବାକୁ ଆସି ଦେଖିବାକୁ ପାଇଥିଲେ। ଏ ଘଟଣା ସେ ପ୍ରଥମେ ମନ୍ଦିର ର ସଭାପତି ଙ୍କୁ ଜଣାଇ ଥିଲେ। ତା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମାନେ ମନ୍ଦିରରେ ପହଁଚି ଚାରିଛକ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ସାଇଁଟିଫିକ ଟିମ କୁ ଖବର ଦେଇଥିଲେ। ପୁରୀ ରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ଘଟଣା ର ତଦନ୍ତ କରିଛନ୍ତି। କିନ୍ତୁ ଲୁଟେରା ଙ୍କୁ ଠାବ କରା ଯାଇ ପାରି ନାହିଁ। ଘଟଣା ସ୍ଥାନ ଚାରିଛକ ଥାନା ଠାରୁ ମାତ୍ର ୫୦୦ ମିଟର ଦୁରରେ ହୋଇ ଥିବାରୁ ଲୁଟେରା ମାନେ ସ୍ଥାନୀୟ ପୋଲିସ କୁ ଏକ ପ୍ରକାର ଚ୍ୟାଲେଞ୍ଜ କରି ଏହି ଘଟଣା ଘଟାଇଛନ୍ତି। ଖୁବ ଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରାଯିବ ବୋଲି ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *