ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ

Spread It
ଚାରିଛକ,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗ ଏବଂ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିସଦ, ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ” ଓଡିଶାର ପ୍ରଥମ ସହିଦ ଜୟୀ ରାଜଗୁରୁ ” ଶୀର୍ଷକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ପ୍ରଫେସର ମିତ୍ରା ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ର ନ୍ୟାୟାଧୀଶ ଶଶିକାନ୍ତ ମିଶ୍ର ଯୋଗଦେଇ ସହିଦ୍ ଜୟୀ ରାଜଗୁରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ପ୍ରଥମ ସହିଦ ଏବଂ ତାଙ୍କ ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶିଷ୍ଟ ବକ୍ତା ଭାବେ ଜୟଦେବ କଲେଜ, ନହରକଣ୍ଟାର ପ୍ରାକ୍ତନ ଅଧକ୍ଷ ଡକ୍ଟର ସନ୍ତୋଷ ସେଠୀ, ବିଶିଷ୍ଟ ଅତିଥି ଭାବେ ଗଙ୍ଗାଧର ମେହେର କଲେଜର ପ୍ରାକ୍ତନ ପ୍ରଫେସର ଡକ୍ଟର ନାରାୟଣ  ରାଓ, ସହିଦ ଜୟୀ ରାଜଗୁରୁ ସ୍ମୃତି କମିଟିର ସମ୍ପାଦକ ଡକ୍ଟର ଜଟାଧାରୀ ମିଶ୍ର, ମଙ୍ଗଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଭାପତି, ଡକ୍ଟର ପ୍ରସନ୍ନ କୁମାର ଜେନା, ମହେନ୍ଦ୍ର ପ୍ରଧାନ, ସୌମ୍ୟ ରଞ୍ଜନ ଦଳାଇ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର, ଡକ୍ଟର ପ୍ରଭାତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଥିବାବେଳେ ମେଜର ପୁଷ୍ପଲତା ଦତ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଂସ୍କୃତ ଅଧ୍ୟାପକ ଜୀବନ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଡକ୍ଟର କିର୍ତ୍ତୀମୟୀ ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥିମାନେ ବିଭାଗୀୟ ମୁଖପତ୍ରର ଶୁଭ ଉନ୍ମୋଚନ କରି ଥିଲେ।ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ,  ଅଧ୍ୟାପିକା ଏବଂ ଛାତ୍ରୀମାନେ ତାଙ୍କର ସନ୍ଦର୍ଭ ପାଠ କରିଥିଲେ ।ସନ୍ଦର୍ଭ ପାଠ କରିଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଭାଗୀୟ ଅଧ୍ୟାପିକା ସୁଲୋଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *