ମଠ ଓ ମନ୍ଦିର ମାନଙ୍କ ରେ ରାଧାଷ୍ଟମୀ ପାଳିତ
ଚାରିଛକ,( ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ର ଅଷ୍ଟମୀ ତିଥି ବା ରାଧାଷ୍ଟମୀ।ଏଥିପାଇଁ ଚାରିଛକ ନିକଟସ୍ଥ ଛଣୀଜଙ୍ଗ ଗ୍ରାମ ସ୍ଥିତ ରାଧାକାନ୍ତ ମନ୍ଦିର , ତୁଳସୀପୁର ମହାଜନ ସାହି ର ବାବା ବାସୁଦେବ ମନ୍ଦିର ଓ ପ୍ରାଚୀ ଉପତ୍ୟକା ର ବିଭିନ୍ନ ମଠ ଆଶ୍ରମ ମାନଙ୍କରେ ରାଧାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା। ଆଜି ରାଧା ରାଣୀ ଦେବୀ ଙ୍କ ଜନ୍ମ ଦିନ ହୋଇଥିବାରୁ ମଠ, ମନ୍ଦିର, ଆଶ୍ରମ ମାନଙ୍କ ରେ ପୂଜା ପାଉଥିବା ଶ୍ରୀ ରାଧାରାଣୀ ଙ୍କୁ ସଂଧ୍ୟାରେ ଶୁଦ୍ଧ ପବିତ୍ର ଜଳ ରେ ସ୍ନାନ କରାଯିବା ପରେ ନବବସ୍ତ୍ର ପିନ୍ଧା ଯାଇଥିଲା। ଶ୍ରୀ କୃଷ୍ଣ ଓ ରାଧା ଙ୍କ ଯୁଗଳ ମୂର୍ତ୍ତି ଙ୍କୁ ଫଳ ମୂଳ, ଚୁଡ଼ା ଘସା, କଦଳୀ ଶିରିଣୀ,ରାଶି ଲଡ଼ୁ ପ୍ରଭୃତି ଭୋଗ ଲାଗି କରା ଯାଇଥିଲା। ରାଧାଷ୍ଟମୀ ଉତ୍ସବ ପାଇଁମଠ,ମନ୍ଦିର,ଆଶ୍ରମ ମାନଙ୍କ ରେ ଭକ୍ତ ଙ୍କ ଭିଡ଼ ଲାଗିଥିଲା।
