ରାଜ୍ୟ

ଯେତେ ଅନୁଦାନ ଦେଲେ ଏନ.ଏ.ସିକୁ ନିଅଣ୍ଟ ପଡ଼ୁଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

Spread It

ନିମାପଡ଼ା,(ଏ.ପି.ନ୍ୟୁଜ) ନିମାପଡ଼ା ଏନ.ଏ.ସିକୁ ଯେତେ ଅନୁଦାନ ଦେଲେ ସବୁ ନିଅଣ୍ଟ ପଡ଼ୁଛି ବୋଲି ଆଜି ନିମାପଡ଼ା ଏନ.ଏ.ସି ପକ୍ଷରୁ ପାଳନ କରାଯାଉଥିବା ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଜନସଭାରେ କହିଛନ୍ତି। ଏନ.ଏ.ସି ଲୋକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଅଭ୍ୟାସ ବଦଳାଅ ସ୍ୱଚ୍ଛ ନିମାପଡ଼ା ଗଠନ କର। ସମସ୍ତ ଜନସାଧାରଣ ନିଜ ନିଜ ସ୍ଥାନରେ ଠିକ ରହିଲେ ନିମାପଡ଼ାସହର ବିକାଶହୋଇପାରିବ। ନିମାପଡ଼ା ସ୍ୱାସ୍ଥ୍ୟ କେନ୍ଦକୁ ଖୁବଶିଘ୍ର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିବ ଏବଂ ଦୁର୍ଘଟଣାରେ ଗୁରୁତର ଆହତ ରୋଗୀମାନଙ୍କୁ ଛିକିତ୍ସା କରିବାପାଇଁ ଟ୍ରମା କେୟାର ସେଣ୍ଟର ଖୋଲିବ। ଏନ.ଏ.ସିର ଏକ ପ୍ରମୁଖ ଅଚଂଳ ଅଣ୍ଢିଆ ମୈାଜାର ଚକବନ୍ଦୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ସ୍ୱାୟତଶାସନ ଲୋକମାନଙ୍କ ଶାସନ କିନ୍ତୁ ନିମାପଡ଼ା ଏନଏସିରେ ଲୋକପ୍ରତିନିଧି ତଥା କାଉନସିଲମାନଙ୍କ ପରାମର୍ଶ ନିଆନଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହିଟଲରୀ ଶାସନ ଚାଲିଛି। ହାଇସ୍ଖୁଲ ସମ୍ମୁଖରେ ଦୁଇଟି ୱାଟର ଫାଉଟେଂନ ବହୁଦିନ ଧରିଅଚଳ ହୋଇପଡ଼ିଥିଲା। ପରିଷଦ ୮ଲକ୍ଷ ଟଙ୍କା ଖର୍ଚ୍ଚକରି ଏହି ୱାଟର ଫାଉଟେଂନକୁ କାର୍ଯ୍ୟକାରୀ କରି ଆଜି ସ୍ୱାୟତଶାସନ ଦିବସ ଅବସରରେ ଉଦଘାଟନ କରିଛନ୍ତି । ଅଥଚ ପରିଷଦ ପକ୍ଷରୁ ବ୍ଲକ ଛକରେ ଥଣ୍ଡା ପିିବା ପାଣି ପାଇଁ ଆକ୍ୱା ର ବ୍ୟବସ୍ତା କରିଥିଲେ। ତହସିଲ ଅପିସ ଠାରୁ ବ୍ଲକ ଅଫିସ ପର୍ଯ୍ରନ୍ତ କର୍ମଚାରୀ ସାଧାରଣ ଲୋକ ଏବଂ ବ୍ଲକ ଛକର ବ୍ୟବସାୟୀ ମାନେ ପିଇବା ପାଣି ପ୍ରକଳ୍ପରୁ ପାଣି ପିଇ ତୃଷ୍ଣା ମେଣ୍ଟାଉଥିଲେ। ଏହା ଅଚଳ ହୋଇ ପଡ଼ିରହିଚି ପିଇବା ପାରି ପାଇଁ ଳୋକ ହନ୍ତସନ୍ତ ହେଉଛନ୍ତି। ମାତ୍ର କେଇ ହଜାର ଟଙ୍କାରେ ଏହି ପାଣି ପ୍ରକଳ୍ପ ମରାମତି ହୋଇ ପାରଥାନ୍ତା ତାହାନକରି ସୈାନ୍ଦର୍ଯ୍ୟକରଣ ନାମରେ କାର୍ଯ୍ୟନିର୍ବାହୀ ଅଧିକାରୀ ୮ଲକ୍ଷ ଟଙ୍କା ବ୍ୟୟରେ ମରାମତି କରିଛନ୍ତି। ପରିଷଦ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରୁଛି ଅଥଚ ଥାନା ଠାରୁ ତହସିଲ ଅପିସ ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମି କାଦୁଅ ପଚପଚ ହେଉଛି ସେଥିପ୍ରତି କାର୍ଯ୍ୟନିର୍ବାହୀ ଅଧିକାରୀ ଧ୍ୟାନ ଦେଉନାହାଁନ୍ତି। ସ୍ୱାୟତ ଶାସନ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅଧ୍ୟକ୍ଷ ସସ୍ମିତା ସାହୁଙ୍କ ପୈାରହିତ୍ୱରେ ପାଳିତ ହୋଇଥିଲା। ସମ୍ମାନ୍ନିତ ଅତିଥିଭାବେ ସାସଂଦ ବିଭୁପ୍ରସାଦ ତରାଇ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, ଉପାଧ୍ୟକ୍ଷ ସନ୍ତୋଷ ଦାଶ ମଞ୍ଚ ପରିଚାଳନା କରିଥିଲେ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ। ପୂର୍ବତନ ଅଧ୍ୟକ୍ଷ, କାଉନସିଲର ତଥା ବରିଷ୍ଠ ଲୋକମାନଙ୍କୁ ବୈଠକକୁ ଡକା ଯାଇନଥିଲା।

Leave a Reply

Your email address will not be published. Required fields are marked *