କୁଶଭଦ୍ରା ବଞ୍ଚାଅ ଅଭିଯାନ
ସାଧାରଣ ଲୋକଙ୍କ ସଂଗଠନ “କୁଶଭଦ୍ରା ବଞ୍ଚାଅ ଅଭିଯାନ” । ଚାଷୀ, ମତ୍ସ୍ୟଜୀବୀ ଙ୍କ ଜୀବନ ଜୀବିକା ର ମାଧ୍ୟମ ତଥା ଭୂତଳ ଜଳ ସମସ୍ୟା ର ସମାଧାନ ପାଇଁ କୁଶଭଦ୍ରା ନଦୀ ଉତ୍ପତ୍ତିସ୍ଥଳ ଖନନ ଏବଂ ନଦୀ କୁ ଚିରସ୍ରୋତା କରାଇବାକୁ ରାଜ୍ୟ ସରକାର ଙ୍କୁ ଜନମତ ନିର୍ବିଶେଷରେ ଏକ ସାମୁହିକ ଦାବିପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି । କୁଶଭଦ୍ରା ନଦୀ ସମସ୍ୟା ସମାଧାନ ଲାଗି ରାଜ୍ୟ ସରକାର ଙ୍କୁ ସଂପୂର୍ଣ୍ଣ ବିଶ୍ୱାସ କୁ ନେଇ ତାଙ୍କ ବିଭିନ୍ନ ପଦକ୍ଷେପ ଉପରେ ନଜର ରଖାଯାଇ ଆଗାମୀ ସମୟରେ “କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଲାଗି ସର୍ବସମ୍ମତି ରେ ନିଷ୍ପତ୍ତି ହୋଇଛି ।
