ପିପିଲି, ନିମାପଡା ଓ ସାତଶଙ୍ଖରେ ଖାଦ୍ୟ ସୁରକ୍ଷା ଦଳର ଚଢଉ
ପୁରୀ ଜିଲ୍ଲା ଏବଂ ପୌରପାଳିକାରେ ଖାଦ୍ୟ ସୁରକ୍ଷା ଦଳ ଦ୍ୱାରା ତା ୨୪ ଓ ୨୫ରିଖ ରେ ଚଢାଉ କରାଯାଇଛି। ପିପିଲି, ନିମାପଡ଼ା ଏବଂ ସାତଶଙ୍ଖରେ ୩ ଟି ଜଳ ଉତ୍ପାଦନ ୟୁନିଟ୍ ସିଲ୍ କରାଯାଇଛି। ସାତପଡ଼ା ଏବଂ କୃଷ୍ଣପ୍ରସାଦରେ ଦୁଇଟି ଜଳ ଉତ୍ପାଦନ ୟୁନିଟ୍ର ବ୍ୟବସାୟ ବନ୍ଦ କରାଯାଇଛି ଏବଂ ଉତ୍ପାଦନ ୟୁନିଟ୍ ଏବଂ ଖୁଚୁରା ବ୍ୟବସାୟୀଙ୍କଠାରୁ ୨୦,୦୦୦ଜରିମାନା ସଂଗ୍ରହ କରାଯାଇଛି। ୬୪ ଟି ଜଳ ନମୁନା ସଂଗ୍ରହ କରି ପଠାଯାଇଛି। ଖାଜା ୟୁନିଟ୍ ଏବଂ ଗୋଟିଏ ରେଷ୍ଟୁରାଣ୍ଟର ବ୍ୟବସାୟ ବନ୍ଦ କରାଯାଇଛି। ଏଫବିଓ ଖିଲାପୀଙ୍କଠାରୁ ମୋଟ ୩୮୦୦୦ ଟି ଜରିମାନା ଆଦାୟ କରାଯାଇଛି।
