ରାଜ୍ୟ

ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ୪ଲକ୍ଷ ଟଙ୍କା ସହୟତା

Spread It

ନିମାପଡ଼ା, (ଏପିନ୍ୟୁଜ) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମିଟେଇପୁର ପଞ୍ଚାୟତର ଛିଟିକଣା ଗ୍ରାମରେ ପ୍ରଶାନ୍ତ ସ୍ବାଇଁ ନାମକ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି। ପ୍ରଶାନ୍ତଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବାସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଇଛନ୍ତିଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସାହାଯ୍ୟ ଦେବାପାଇଁ ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦ୍ୟୁତ ଆଘାତରେ ଦେହାନ୍ତ ଖବର ପାଇ ‌ ମୁଖ୍ୟମନ୍ତ୍ରୀଙ୍କୁ ସୁଚନା ଦେବାସହ ନିଜେ ଶୋକ ପ୍ରକାଶ କରି ମୃତ ପ୍ରଶାନ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସୂଚନାରୁ ପ୍ରକାଶ ଆଜି ସକାଳେ ଛିଟିକଣା ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ନିଜ ଘରେ ବିଦ୍ୟୁତ କାମକରୁଥିବା ବେଳେ ଆଘାତରେ ଆହତ ହୋଇଥିଲେ। ପରିବାର ଲୋକ ତୁରନ୍ତ ଆହତ ପ୍ରଶାନ୍ତଙ୍କୁ ଚିକିତ୍ସାପାଇଁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡ଼ାକ୍ତର ପରୀକ୍ଷା କରିବାପରେ ପ୍ରଶାନ୍ତ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ। ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚି ଶବକୁ ଜବତ କରିବାସହ ଏକ ଅପମୃତ୍ୟୁମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୁଚନା ମିଳିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ନିଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ମୃତ ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀଙ୍କୁ ୩୦ ହଜାର ଟଙ୍କା ଜରୁରୀକାଳୀନ ପାଣ୍ଠୀରୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *