ମୁଖ୍ୟରାସ୍ତା ଉପରେ ୨ଫୁଟ ଉଚ୍ଚ ବର୍ଷାପାଣି। ଜାଲ ପକାଇ ଯୁବ ବିଜେଡ଼ି ପକ୍ଷରୁ ପ୍ରତିବାଦ
ନିମାପଡ଼ା, (ଏପିନ୍ୟୁଜ) ପିପିଲି–କୋଣାର୍କ ରାଜ୍ୟ ରାଜପଥର ନିମାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ବର୍ଷାଜଳ ୨ ଫୁଟ ଉଚ୍ଚରେ ଠିଆବର୍ଷାପାଣିକୁ ନେଇ ଯୁବ ବିଜେଡ଼ି ପକ୍ଷରୁ ମାଛଧରିବାପାଇଁ କ୍ଷେପା ଜାଲ ପକାଇ ଅଭିନବ ଉପାୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଅସରାଏ ବର୍ଷାହେଲେ ଏହିଠାରେ ପାଣି ଜମାହେବାରୁ ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହେଉଛି। ବଡରୁ ଛୋଟ ବିଭିନ୍ନ ପ୍ରକାର ଯାନଗୁଡ଼ିକ ବର୍ଷାପାଣି ଭିତରେ ପଶି ଗଲାବେଳେ ପାଣି ଛିଟିକି ଦୋକାନ ଗୁଡ଼ିକରେ ପଙ୍କ କାଦୁଅ ପଡ଼ୁଛି। ବହୁ ପ୍ରତିବାଦ କରିବାପରେ ମଧ୍ୟ ପରିଷଦ ପକ୍ଷରୁ ଜଳ ନିଷ୍କାସନର ସ୍ଥାୟୀ ପ୍ରତିକାର କରାନଯାଇ ପାଣି ପମ୍ପଆଣି ପାଣିକୁ ଶୁଖାଯାଉଛି ପରେ ଯେପରି ଥିଲା ସେହି ଅବସ୍ଥା ରହଛି। ପାଣି ଶୁଖାଇବା ପାଇଁ ପମ୍ପ ବ୍ୟବହାର ବାବଦରେ ହଜାରହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହିଭଳି ପୂର୍ତ୍ତ ବିଭାଗ ପକ୍ଷରୁ ମାଟିତଳେ ଏକ ୫ଇଞ୍ଚ ଗୋଲେଇର ମାଟିତଳେ ପାଇପ ପକାଗଲା। କିନ୍ତୁ ପାଣି ଜମାହେଉଥିବା ସ୍ଥାନରୁ ବର୍ଷାପାଣି ଗଲାନାହିଁ। ଏହି ବାବତରେ ପୁର୍ତ୍ତ ବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେସରକାରୀଭାବେ ସୂଚନା ମିଳିଛି। ତୁରନ୍ତ ପରିଷଦ ଏବଂ ପୁର୍ତ୍ତ ବିଭାଗ ପକ୍ଷରୁ ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାନଗଲେ ଯୁବ ବିଜେଡ଼ି ପକ୍ଷରୁ ଆନ୍ଦୋଳନ କରାଯିବ ବେଶଲି ଦିଲିପ କୁମାର ପାତ୍ର ଚେତାବନୀ ଦେଇଛନ୍ତି।
