୪୨ କୋଟୀ ଟଙ୍କା ବ୍ୟୟରେ ନିମାପଡ଼ା- ବଳଙ୍ଗା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
ନିମାପଡ଼ା (ଏ.ପି ନ୍ୟୁଜ) ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା –ବଳଙ୍ଗା ପୂର୍ତ୍ତ ବିଭାଗ ଅଧିନରେ ଥିବା ୧୪ .୧୫୦ କିମି ରାସ୍ତାର ଉନ୍ନତି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ରାସ୍ତା ରାଜ୍ୟସରକାରଙ୍କ ଯୋଜନାରୁ ୪୨ କୋଟି ଟଙ୍କା ମଜୁଂର କରାଯାଇଛି। କିନ୍ତୁ ଏହି ରାସ୍ତାର ଉନ୍ନତିକରଣ ପାଇଁ ଠିକା ନେଇଥିବା ସଂସ୍ଥା ବଳଭଦ୍ର ଡ଼େଭଲପର୍ସ ୧୫ ପ୍ରତିଶତ (ପୁର୍ତ୍ତ ବିଭାଗଦ୍ବାରା କରାଯାଇଥିବା ଆକଳନ ଠାରୁ ଅର୍ଥରେ) କରିଦେବା ପାଇଁ ପୂର୍ତ୍ତ ବିଭାଗ ସଂହିତ ଚୁକ୍ତି କରିଥିବା ସୁଚନା ମିଳିଛି। ଅର୍ଥାତ ୪୨ କୋଟି ରୁ ଉର୍ଦ୍ଧ ଟଙ୍କାର କାମକୁ ୩୬ କୋଟି ୯୫ ଲକ୍ଷ ଟଙ୍କାରେ ନିମାପଡ଼ା ବଳଙ୍ଗା ରାସ୍ତାର ଉନ୍ନତି କରଣ କରିବ । ଏହି ରାସ୍ତା ପେଭମେଣ୍ଟକ୍ବାଲିଟି କଂକ୍ରିଟମାଧ୍ୟମରେ କରାଯିବ। ଅର୍ତାତ ୧୪ କିମିରାସ୍ତାକୁ ସିମେଣ୍ଟ କଂକ୍ରିଟ ରେ ପରିଣିତ କରାଯିବ। ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଯାତାୟତ କରୁଥିବା ଲୋକମାନେ ସରକାରଙ୍କୁ ଗାଳିଦେଉଥିଲେ। ଠିକାସଂସ୍ଥ ତାକୁ ରାଜନୈତିକ ଚାନ୍ଦା ୧୦ ପ୍ରତିଶତ ଦେବାକୁ ଦାବୀ କରାଯାଉଥିବା ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଆଲୋଚନା ହେୁଥିବା ଜଣାପଡ଼ିଛି। । ତେବେ ଯାହାହେଉ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଙ୍କ ହସ୍ତକ୍ଷେପ ଫଳରେ ନିମାପଡ଼ା –ବଳଙ୍ଗାରାସ୍ତାର ଉନ୍ନତି କରଣ ହୋଇ ପାରିଛି। ପୂର୍ତ୍ତ ବିଭାଗ ଏଏସ.ଆଇ, ସୈାମ୍ୟରଞ୍ଜନ ଦ୍ବବେଦୀ, ନିର୍ବାହୀ ଯନ୍ତ୍ରୀ କୁାଶଳ ହେମ୍ବ୍ରମ, ସହକାରୀ ଯନ୍ତ୍ରୀ ଦିଲିପ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
