ରାଜ୍ୟ

ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳସ୍ତରୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ସମୀକ୍ଷା ବୈଠକ

Spread It

ନିମାପଡ଼ା, ୭/୯(ଏପିନ୍ୟୁଜ) ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗନ୍ତ ୬୬ଟି  ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଗୁଡ଼ିକର ଭିତ୍ତିଭୂମିର ଓ ଶିକ୍ଷାଦାନ ବିଷୟରେ ସମୀକ୍ଷା କରିଥିଳେ। ଏହି ସମୀକ୍ଷା ବୈଠକରେ ଜିଲା ଶିକ୍ଷା ଅଧିକାରୀ,ନିମାପଡ଼ା ଏବଂ ଗୋପ ବ୍ଲକର ଶିକ୍ଷା ମଣ୍ଡଳ ଅଧିକାରୀ , ନିମାପଡ଼ା ଓ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କସହ ନିମାପଡ଼ା ବ୍ଳକର ୪୮ ଏବଂ ଗୋପ  ବ୍ଲକ ର ୧୮ ହାଇସ୍କୁଲ  ଗୋପ (ନିମାପଡ଼ା ନିର୍ବାଚନ ମଣ୍ଡଳୀ)ର ପ୍ରଧାନ ଶିକ୍ଷକମାନେ ଯୋଗଦେିଇ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି  କଣ ସବୁ  ବିଦ୍ୟାଳୟଗୁଡ଼ିକରପାଇଁ ଆବଶ୍ରକତା ରହିଛି ତାହା  ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରଧାନ ଶିକ୍ଷକମାନଙ୍କ ଠାରୁ ପଚାରି ବୁଝିଥିଲେ। ଏହି ସମୀକ୍ଷା ବୈଠକ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ହାଇସ୍କୁଲରେ ଖୁବ ଶିଘ୍ର ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ନିମାପଡ଼ା ନିର୍ବାଚନ ମଣ୍ଡଳୀର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସେମାନଙ୍କ ଦକ୍ଷତା ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ସମୀକ୍ଷା ବୈଠକରେ ଘୋଷଣା  କରିଥିଲେ। ପରେ ନିମାପଡ଼ା ସ୍ବୟଂ ଚାଳିତ ମହାବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କ ସହିତ ଏକାଠି ହୋଇ ଏକ ବୈଂକ କରିଥିଲେ।

Leave a Reply

Your email address will not be published. Required fields are marked *