ରାଜ୍ୟ

ପରକିୟା ପ୍ରୀତିର କରୁଣ ପରିଣତି

Spread It

ଅସଞ୍ଜସ୍ତ ଅବସ୍ଥାରେ ଧରାହେଲେ ପ୍ରେମୀ ଯୁଗଳ। ଉଭୟଙ୍କୁ ନିକଟସ୍ଥ ଥାନାକୁ ରାସ୍ତାରେ ଚଲାଇ ଚଲାଇ ନେଲେ।

ନିମାପଡା(ଏପିନ୍ୟୁଜ) ମିଳିଥିବା ସୂଚନାରୁ ପ୍ରକାଶ ଜଣେ ଶିକ୍ଷୟତ୍ରୀ ନିମାପଡା ଥାନା ନିକଟରେ ଏକ ସାହିରେ ଭଡା ଘରେ ରହୁଥିଲେ। ତାଙ୍କର ସ୍ବାମୀ କିଛି ଧନ୍ଦା କରୁନଥିବାରୁ ସେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଶିକ୍ଷୟତ୍ରୀ ଜଣଙ୍କ ପରକିୟା ପ୍ରୀତିରେ ମାତିଥିଲେ। ଶିକ୍ଷୟତ୍ରୀ ମହିଳାଙ୍କ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ସମୟରେ ଧରିବା ପାଇଁ ଯୋଜନା କରିଥିଲେ। ଆଜି ରାତ୍ର ୮ଟା ସମୟରେ ଭଡାଘରେ ଶିକ୍ଷୟତ୍ରୀ ପତ୍ନୀଙ୍କ ସହ ତାଙ୍କ ପ୍ରେମିକା ଶିକ୍ଷକ ନେତା ଅସଞ୍ଜସ୍ତ  ଅବସ୍ଥାରେ ଥିଲା ବେଳେ ସ୍ବାମୀ ଓ ତାଙ୍କ ସାଙ୍ଗମାନେ ମିଶିକରି ତାଙ୍କୁ ଧରି ଦୁଇଜଣଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଥାନାକୁ ଚଲାଇ ଚଲାଇ ନେଇ ଥାନାରେ ଜେମା ଦେଇଥିଲେ। ଥାନା ଅଧିକାରୀ ତର୍ଜମା ଚଲାଇଛନ୍ତି।

Leave a Reply

Your email address will not be published. Required fields are marked *