ରାଜ୍ୟ

କୈଳାଶ ମିଶ୍ର କଂଗ୍ରେସରେ ମିଶିଲେ

Spread It

କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ପ୍ରଭାବିତ ହୋଇ ଦଳରେ ଯୋଗଦେବା ଧାରା ଅବ୍ୟାହତ ରହିଛି। ଶନିବାର ମଧ୍ୟାହ୍ନରେ ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର କଂଗ୍ରେସରେ ଯୋଗଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ଏକ ସମାବେଶରେ ଶ୍ରୀ ମିଶ୍ର ଦୁଇଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି ଦଳରେ ମିଶିଛନ୍ତି। ଶ୍ରୀ ମିଶ୍ର ହେଉଛନ୍ତି ରେଭନ୍ସା କଲେଜର ଛାତ୍ର ସଂସଦର ପୂର୍ବତନ ସଭାପତି, ଡ଼ିଏସଓର ପୂର୍ବତନ ସଭାପତି, ସମାଜବାଦୀ ପାର୍ଟିର ପୂର୍ବତନ ରାଜ୍ୟ ସଭାପତି  ମାଇକ୍ରୋ ଫାଇନାନ୍ସ ଓ ସମବାୟ ଆନ୍ଦୋଳନର ଜଣେ  ଜଣାଶୁଣା ବ୍ୟକ୍ତତ୍ବ ଅଟନ୍ତି।  ସ୍ବାଗତ ଓ ସମ୍ବର୍ଦ୍ଧନା ଉତ୍ସବରଉତ୍ତରରେ ଶ୍ରୀ ମିଶ୍ର ସୂଚନା ଦେଇ କହିଥିଲେ, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିଭାଉଛି।  ଅନ୍ୟ ପକ୍ଷରେ ବିଜେପି-ବିଜେଡ଼ି ମିଶି ଓଡିଶାର ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି। ଆଜି କେବଳ ରାଜ୍ୟ ଓ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି। ଆଗକୁ ବ୍ଲକ୍ ସ୍ତରରେ ‘ବିକଳ୍ପ ଓଡିଶା’ର ଲକ୍ଷାଧିକ ଲୋକ କଂଗ୍ରେସର ଯୋଗଦେବେ।  ଏହି ମିଶ୍ରଣ ସଭାରେ କଂଗ୍ରେସ ରାଜ୍ୟସଭାପତି ଭକ୍ତ ଚରଣ ଦାସ,, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଏଆଇସିସି ଓଡ଼ିଶା ସଂପାଦକ ଶାହାନୱାଜ ଚୈାଧୁରୀ, ପିସିସି ମିଡ଼ିଆସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଉପସ୍ତିତ ଥିଲେ।

Leave a Reply

Your email address will not be published. Required fields are marked *