୪ ଟି ଧାନ କ୍ରୟ କେନ୍ଦ୍ର ର ଭିତ୍ତିଭୂମି ବିକାଶ ପାଇଁ ଶିଳାନ୍ୟାସ
ଚାରିଛକ, (ସନ୍ତୋଷ ଦାଶ) ନିମାପଡ଼ା ବ୍ଲକ ଅଧିନସ୍ଥ କନ୍ତିଆ କାନପୁର ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୪ ଗୋଟି ଧାନକ୍ରୟ କେନ୍ଦ୍ର (ବିଷ୍ଣୁପୁର, ଅଙ୍ଗସାଲୋ, କନ୍ତିଆ କାନପୁର ଏବଂ ତୁଳସୀପୁର) ର ଭିତ୍ତିଭୂମିର ବିକାଶ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଶିଳାନ୍ୟାସ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ଙ୍କ ବ୍ଳକ ପ୍ରତିନିଧି ପୁର୍ଣ୍ଣ ଚନ୍ଦ୍ର ଓଝା ଓ ସମବାୟ ବ୍ୟାଙ୍କ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ।ଏହି ପ୍ରକଳ୍ପ ଦ୍ଵାରା ଧାନ କ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ଯଥା ପିଣ୍ଡି, ଧାନ ଖଳା, ଶୌଚାଳୟ ଏବଂ ଚାଷୀ ପରିଚୟ ପତ୍ର ପ୍ରଦାନ ପାଇଁ ନୂତନ କୋଠରୀର ନିର୍ମାଣ ହେବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ଆମ ଅଞ୍ଚଳର ଧାନ ଚାଷୀମାନଙ୍କୁ ଧାନ କ୍ରୟ କେନ୍ଦ୍ରରେ ହେଉଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।
