ରାଜ୍ୟ

ଜିଳ୍ଲା ସ୍ତରୀୟ ମତ୍ସ୍ୟଚାଷ ପ୍ରଶିକ୍ଷଣ ଓ ସଚେତନତା ଶିବିର

Spread It

ନିମାପଡା: ଏପିନ୍ୟୁଜ, ମତ୍ସ୍ୟଚାଷ ସାମରିକ ବିକାଶ ନିମନ୍ତେ ଜିଲ୍ଲା ସ୍ତରୀୟ ମତ୍ସଚାଷ ପ୍ରଶିକ୍ଷଣ ଓସଚେତନତା ଶିବିରି ଆଜି ବ୍ଲକ୍ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଉପ‌ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କର ୧୭ ଗୋଟି ମତ୍ସ୍ୟଚାଷ ‌ଜୋଜନା ବିଷୟରେ କହିଥିଲେ। ମହିଳା ଗୋଷ୍ଠି  ଓ ପୁରୁଣା ପୋଖରୀରେ ମତ୍ସ୍ୟଚାଷ ପାଇଁ ତିନି ଜଣ ହିତାଧିକାରୀଙ୍କୁ ୫ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ଷୋହଳି ଟି ମହିଳା ଗୋଷ୍ଠୀଙ୍କୁ ଜୈବପୁଞ୍ଜ ପଦ୍ଧତିରେ ଶଘନ ମାଛ ପାଇଁ ତିନି ଜଣହିତାଧିକାରୀ ଏବଂ ଜଣଙ୍କୁ ମାଛଦାନା, ଆକ୍ବାରିୟମ, ୟୁିଆ ଆଦି ବିକ୍ରୟ କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ପାଣିଗ୍ରାହୀ, ବିଡିଓ ଅଭିଜିତ ଷଡଙ୍ଗୀ, ସାଂସଦ ପୂର୍ଣ୍ଣଚନ୍ଦ୍ର ଓଝା, ଆତ୍ନା ଅଧ୍ୟକ୍ଷ ଦିଲିପ ପରିଡା, ‌ବୈଜ୍ଞାନିକ ଡଃ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖଯୋଗ ଦେଇଥିଲେ। ବ୍ଲକ୍ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ଆଶିଷ କୁମାର ସାହୁ ସଚେତନତା ଶିବିର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *