ସବୁଠି ପୁଜା ପାଇଲେ ଦେବ ଶିଳ୍ପୀ ବିଶ୍ଵକର୍ମା
ଚାରିଛକ,(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ସଂକ୍ରାନ୍ତି ତିଥି। ପାରମ୍ପରିକ ପ୍ରଥା ଅନୁସାରେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ, ବେସରକାରୀ କଳ କାରଖାନା, ମୋଟର ଗ୍ୟାରେଜ, ବିଦ୍ୟୁତ ଉପକରଣ ମରାମତି ଦୋକାନ ଓ ପ୍ରତିଷ୍ଠାନ, କରତ କଳ, ଡ଼ାଲି କଳ, ଧାନ ଓ ଚୁଡ଼ା କଳ ମାନଙ୍କ ରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ର ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନ ରେ ପାଣି ତୋଳା କାର୍ଯ୍ୟ ପରେ କଳସ ସ୍ଥାପନା କରାଯାଇଥିଲା। ମୃଣ୍ମୟୀ ମୂର୍ତ୍ତୀ ଙ୍କୁ ସ୍ନାନ ଓ ପୂଜା କରାଯିବା ପରେ ଫଳ ମୂଳ ଭୋଗ ଲାଗି କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ରେ ଭୋଜି ଭାତ ର ଅୟୋଜନ କରା ଯାଇଥିଲା।
