ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ୟୁରିଆ ସାରର ଅଭାବ
ନିମାପଡା (ଆଜିପର୍ଯ୍ୟନ୍ତ ନ୍ୟୁଜ) ଧାନ ଚାଷ ରୁଆ ଓ ବେଭଷଣ ପାଇଁ ୟୁରିଆ ସାରର ଆବଶ୍ୟକ ପଡିଥାଏ। ଚଳିତ ବର୍ଷ ୟୁରିଆ ସାରକୁ ଡିଲରଙ୍କ ମାଧ୍ୟମରେ ବିକ୍ରୟ ନ କରି ସରକାରୀ ସ୍ତରରେ ବିକ୍ରୟ କରିବାର ନିଷ୍ପତ୍ତି ନେବା କାରଣରୁ ଖୋଲା ବଜାରରେ ୟୁରିଆ ସାରର ଘୋର ଅଭାବ ଦେଖାଦେଲା। କଳା ବଜାରୀ ହେବାର ଆଶଙ୍କା କରି ସରକାର ସମବାୟ ସମିତି ମାଧ୍ୟମରେ ସାର ବିକ୍ରି କରିବାକୁ ନିଷ୍ପତ୍ତି ନେଲେ। ଅନୁସନ୍ଧାନରୁ ଜଣାଯାଏ। ନିମାପଡା ଏନ୍.ଏ.ସି ଅଞ୍ଚଳ ନିକଟରେ ଥିବା ସମବାୟ ସମିତି ସେମାନଙ୍କର ସଂରଜାମ ସାର ବିକ୍ରି କରିବାକୁ ଉଚିତ ମଣିଲେ ନାହିଁ। ସେହି ବିଷ୍ଣୁପୁର, ଅଣ୍ଢିଆ, ପାଟପୁର ସମବାୟ ସମିତି ଗୁଡିକ ସାର ଉଠେଇଲେନି କି ବିକ୍ରି କଲେନି। ଏହି ସବୁ ଅଞ୍ଚଳରେ ଥିବା ଚାଷୀ ମାନେ ଖେଶଲା ବଜାରରୁ କିଣି ପାରିଲେନାହିଁ ସାରର କଳାବଜାର ଆରମ୍ଭ ହେଲଶ ସରକାରଙ୍କ ଚେତା ପଶିଲା ୭୫ ପ୍ରତିଶତ ସାର ସମବାୟ ସମିତି ମାଧ୍ୟମରେ ବିକ୍ରି ହେବ ଆବଶ୍ୟକ ୨୫ ପ୍ରତିଶତ ସାର ଡିଲର ମାନଙ୍କୁ ଦିଆଯିବ ସେମାନେ ଖୋଲା ବଜାରରେ ବିକ୍ରି କରିବେ। ଯାହାଫଳରେ ଆବଶ୍ୟକ ଥିବା ସାରରୁ ବିକ୍ରି ସାର ଚାଷୀମାନେ ବଜାରରୁ କିଣି ପାରିବେ।
