ଓଡିଶା ବିଜେପି ସୁଧୁରି ଯାଅ, ନହେଲେ…..
ଦୀପକ ମହାପାତ୍ର
ଭୁବନେଶ୍ବର: (ଆଜିପର୍ଯ୍ୟନ୍ତ ନ୍ୟୁଜ)
ଓଡିଶା ବିଜେପି ସୁଧୁରି ଯାଅ, ନହେଲେ…..
ବିଗତ ସରକାରରେ ଏଇ ସନ୍ତୋଷ ପୃଷ୍ଟି ମାନଙ୍କ ଭଲି ଦଲାଲ ମାନଙ୍କ ମାର୍ଫତରେ ସରକାର ଖୋଲାଖୋଲି ଚାକିରୀ ନିଲାମ କରୁଥିଲେ। ସରକାର ବଦଳିବାର ଆଭାଷ ମିଳିବା ପରେ ଏମାନଙ୍କ ରଙ୍ଗ ଏଣ୍ଡୁଅ ଭଳିଆ ରାତାରାତି ରଙ୍ଗ ବଦଳି ଗଲା ! ଯେଉଁ ମାନେ ନବୀନ ପାଣ୍ଡୁ ସରକାର ସମୟରେ ତମାମ ସୁବିଧା ନେଇ ମାଲେମାଲ ହୋଇଥିଲେ,ସେହି ସୁବିଧାବାଦୀ ମାନେ ଏବେ ସରକାରୀ ଦଳର ଛାମୁଆ କର୍ମୀ ହୋଇଗଲେ। “ନୟା ମୁଲ୍ଲା ଜ୍ୟାଦା ଆଲ୍ଲା ଆଲ୍ଲା କରତେ ହେଁ” ନ୍ୟାୟରେ ଏମାନେ ଏବେ ଫୁଲ ଦଳରେ ବିଜେପି ନେତା ? ପଦପଦବୀ ଅକ୍ତିଆର କରି କେଉଁଠି କେଉଁଠି ଚାନ୍ଦା ଦାୟିତ୍ଵଟା ବି ନେଇ ଯାଇଛନ୍ତି।ସେହି ଦଲାଲ ମାନେ ଏବେ ମନ୍ତ୍ରୀ ବିଧାୟକଙ୍କର ପୁରା ବିଶ୍ବସ୍ତ ହୋଇଯାଇଛନ୍ତି ! ଆଜିର ଏଇ ବହୁ ଚର୍ଚ୍ଚିତ ପୋଲିସ୍ ପରୀକ୍ଷା ଘୋଟାଲା ଟି ତା’ର ଅଂଶ ବିଶେଷ।ଏହା ହିଁ ନିଆଁ ଙ୍କୁ ଅଣ୍ଟିରେ ପୁରାଇବାର ସ୍ବଭାବିକ ପରିଣତି।
ଡାକ୍ତର ଦେବେନ୍ଦ୍ର ପ୍ରଧାନ,,ଦେବେନ୍ଦ୍ର ମହାପାତ୍ର, ଶାନ୍ତି ଦାସ, ଜଗବନ୍ଧୁ ମିଶ୍ର, ରାମଚନ୍ଦ୍ର କର,ପଦ୍ମ ଲୋଚନ ପାଲଟାସିଂହ, ଶରତ ମିଶ୍ରଙ୍କ ଠାରୁ ନିମାଇଁ ପଣ୍ଡିତଙ୍କ ପର୍ଯ୍ୟନ୍ତ ବିଚାର ପ୍ରତିଷ୍ଠା ପାଇଁ ଆଜୀବନ ପ୍ରୟାସ କରି ଅଗଣତି ନେତୃତ୍ୱ ସ୍ବର୍ଗବାସୀ ହୋଇଥିବା ବେଳେ କୃଷ୍ଣ ଜଗଦେବ, ଖାରବେଳ ସ୍ବାଇଁଙ୍କ ଭଳି ଅନେକ ନେତୃତ୍ୱ ଏବେ ସାଇଡ ହୋଇ ରହିଛନ୍ତି। ଯେଉଁମାନେ ଭାବି ନେଇଛ ଯେ, ତୁମରି ପାଇଁ ରାତାରାତି ସରକାର ବଦଳି ଯାଇଛି,ସଂପୂର୍ଣ୍ଣ ଭୁଲ।
ସୁଧୁରି ଯାଅ ବାଇଧର ଏବେ ବି ସମୟ ଅଛି,ସତର୍କ ହୋଇଯାଅ ନହେଲେ ନେଡି ଗୁଡ କହୁଣୀକୁ ବହିଯିବ ଯେ ଜୀବନ ସାରା ଚାଟୁଥିବ
