ଆନ୍ତର୍ଜାତିକ ଯୋଗ ମହୋତ୍ସବ ପାଳନ
ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ନିମାପଡ଼ା ଯୋଗ ମହୋତ୍ସବ କମିଟି ତରଫରୁ ସ୍ଥାନୀୟ ବାରବାଟି ପଡ଼ିଆରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ମାନ୍ୟବର ଅତିଥି ସ୍ଥାନୀୟ ତହସିଲଦାର ମେନୋଜ କୁମାର ପ୍ରଧାନ, ମଣ୍ଡଳ ଉନ୍ନୟନ ଅଧିକାରୀ ଡଃ ଅଭିଜିତ ଷଡଙ୍ଗୀ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାଶ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ମଣ୍ଡଳ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ପାଢୀ ଇତ୍ୟାଦି ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଅଗ୍ରଣୀ ଭୂମିକା ନିଭାଇଥିବା ,୪ ଟି ସଂଗଠନର ଯୋଗଗୁରୁ ଉମାଶଙ୍କର ଆଚାର୍ଯ୍ୟ ଏବଂ ସରୋଜ କୁମାର ସାହୁଙ୍କୁ ଅତିଥିମାନେ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ। ପ୍ରାତଃ ସମୟରୁ ଆରମ୍ଭ ଏହି କାର୍ଯ୍ୟକ୍ରମ ରେ ନିମାପଡାର ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଇତ୍ୟାଦି ପ୍ରାୟ ୫୨ ଟି ଅନୁଷ୍ଠାନ ର ପ୍ରାୟ ୮୦୦ ରୁ ଉର୍ଦ୍ଧ୍ବ ଯୋଗ ପ୍ରେମୀ ଯୋଗଦାନ କରିଥିଲେ । ଯୋଗ ପ୍ରଶିକ୍ଷକ/ପ୍ରଶିକ୍ଷିତ ହିସାବରେ ଯୋଗଦାନ କରିଥିଲେ ପୂଜା ପ୍ରିୟଦର୍ଶିନୀ,ଦିପ୍ତିରଞ୍ଜନ ବେହେରା,ଶାସ୍ଵତୀ ଗୌତମୀ, ମଧୁସ୍ମିତା ଭୋଇ, ବିଜ୍ଞାନ ପ୍ରଧାନ ,ଅମୂଲ୍ୟ ପ୍ରସାଦ ସ୍ଵାଇଁ । କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ଶ୍ରୀ ପ୍ରମୋଦ ଚନ୍ଦ୍ର ମହାନ୍ତି । କାର୍ଯ୍ୟକ୍ରମ ର ସଂଚାଳକ ଥିଲେ ପ୍ରତାପ କୁମାର ସାଵୁତ୍। ଯୋଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ସରୋଜ କୁମାର ସାହୁ । ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶ୍ରୀ ପ୍ରସନ୍ନ କର, ଶ୍ରୀ ସତ୍ୟ ନାରାୟଣ ମିଶ୍ର, ଶ୍ରୀ ଭାଗିରଥି ଓଝା, ଶ୍ରୀ ବିସ୍ମୟ କାନ୍ତ ସାହୁ, ଶ୍ରୀ ନିରଞ୍ଜନ ସ୍ଵାଇଁ ଇତ୍ୟାଦି ବରିଷ୍ଠ କର୍ମକର୍ତ୍ତା ମଣ୍ଡଳୀ।

