ରେଞ୍ଚ ପଞ୍ଚାୟତ ର ବିଜେପି ନେତା ମହେନ୍ଦ୍ର ବିଶ୍ଵାଳଙ୍କ ଅକାଳ ବିୟୋଗ
ନିମାପଡ଼ା: (ଏପିନ୍ୟୁଜ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତର ବିଜେପି ସଭାପତି ମହେନ୍ଦ୍ର ବିଶ୍ଵାଳଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଝିଅ। ସୂଚନାଯୋଗ୍ୟ ଯେ,ଆଜି ସକାଳୁ ମହେନ୍ଦ୍ର ବିଶ୍ଵାଳ ନିଜ ଘର ବିଶ୍ବାଳ ସାହି ରୁ ବୁଲାବୁଲି କରି ଖାଇପିଇ ବିଲକୁ ଔଷଧ ପକାଇବା ପାଇଁ ଯାଇଥିଲେ।ବିଲରେ ଔଷଧ ପକାଇ ବିଲ ନିକଟରେ ଥିବା ଏକ ପୋଖରୀକୁ ଆସି ଔଷଧ ପକାଇବା ମେସିନ୍ ଟିକୁ ଧୋଇ ନିଜେ ଗାଧୋଇବା ପାଇଁ ପାଣି ଭିତରକୁ ଯିବା ସମୟରେ ହଠାତ୍ ସେଇଠି ଟଳି ପଡିଲେ। ଏହି ଖବର ସ୍ଥାନୀୟ ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ମେଡିକାଲ୍ କୁ ନେଇଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ହୋଇଥିବା ସୂଚନା ଦେଲେ। ଏହି ଖବର ପାଇବା ପରେ ସ୍ଥାନୀୟ ରେଞ୍ଚ ସରପଞ୍ଚ ପ୍ରସନ୍ନ ସ୍ଵାଇଁ ପିପିଲି ମେଡିକାଲ୍ ରେ ପହଞ୍ଚି ତାଙ୍କ ମୃତ୍ୟୁ ହୋଇଥିବା ଦେଖି ଅତ୍ୟନ୍ତ ମର୍ମାହତ ହେବା ସହ ଗଭୀର ଦୁଃଖ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ପ୍ରାର୍ଥନା କରିଛନ୍ତି।ସେ ଥିଲେ ବିଜେପି ଦଳର ଜଣେ ବରିଷ୍ଠ ତଥା ଦୃଢ଼ ସଂଗଠକ ତାଙ୍କର ବିୟୋଗ ଘଟିଛି ଏହା ବିଜେପି ଦଳର ଏବଂ ରେଞ୍ଚ ପଞ୍ଚାୟତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ସ୍ଵାଇଁ ମତ ଦେଇଛନ୍ତି।ପରେ ଧନୁଆ ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଖବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ଦିଅନ୍ତୁ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ନିମାପଡ଼ା ର ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ଵର୍ଗଦ୍ଵାର ରେ କରାଯାଇଛି।ଶେଷ ସମୟରେ ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରେଞ୍ଚ ପଞ୍ଚାୟତ ର ବିଶ୍ବାଳ ସାହି ଗ୍ରାମ ଏକ ପ୍ରକାର ଵୋକାକୁଳ ପରିବେଶ ସୃଷ୍ଟି ହୋଇଛି।
