ମାଧବ ମନ୍ଦିର ରୁ ଶ୍ରୀ ମନ୍ଦିର ଯିବ ପୋଢ଼ୁଆଁ ଭାର। ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଚାରିଛକ,(ସନ୍ତୋଷ ଦାଶ) ଆସନ୍ତା ନଭେମ୍ବର ମାସ ୧୨ ତାରିଖ ରେ ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ପୋଢ଼ୁଆଁଷ୍ଟମୀ। ଓଡ଼ିଆ ପରିବାର ର ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ର ପରିଧାନ କରି ପୋଢ଼ୁଆଁ ହେବେ। ମାମୁଁ ଘରୁ ସବୁ ଭଣଜା ଓ ଭାଣେଜି ଙ୍କ ପାଇଁ ଆସିବ ପୋଢ଼ୁଆଁ ଭାର। ମାନବୀୟ ଲୀଳା କରୁଥିବା ଆମ ରାଜ୍ୟ ର ଲୋକ ଦେବତା ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ର ଦୁର୍ଗାମାଧବ ମନ୍ଦିର ରୁ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ପାଇଁ ନଭେମ୍ବର ୧୧ ତାରିଖ ଦିନ ଏଠାରୁ ଯିବ ପୋଢ଼ୁଆଁ ଭାର। କିପରି ଶ୍ରୀ ଜିଉ ମାନଙ୍କ ପାଇଁ ଫଳ, ମୂଳ, ବସ୍ତ୍ର , ତୁଳସୀ ଯୋଗାଡ ହେବ ଆଉ କିପରି ଶୋଭାଯାତ୍ରା ରେ ଭାର ସବୁ ପୁରୀ ଶ୍ରୀ କ୍ଷେତ୍ର କୁ ନିଆଯାଇ ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ଦାଖଲ ହେବ ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମାଧବାନନ୍ଦ ମନ୍ଦିର ପରିସରରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ମାଧବାନନ୍ଦ ଜିଉ ବିକାଶ ପରିଷଦ ର ସଭାପତି ଅଶୋକ କୁମାର ପୁଷ୍ପାଳକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ମାଧବ ମନ୍ଦିର ହେଡଟାରି ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ,ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣ ମହାପାତ୍ର, ମାଧବ ମନ୍ଦିର ସେବାୟତ ତ୍ରିଲୋଚନ ପୁଷ୍ପାଳକ, ବରିଷ୍ଠ ଆଇନୀଜୀବୀ ଭାସ୍କର ପଣ୍ଡା, ପୂର୍ବତନ ବ୍ଲକ ଅଧକ୍ଷ ନ୍ୟାୟବ୍ରତ ରାଉତ, ସମାଜସେବୀ ତ୍ରିଲୋଚନ ବେହେରା଼, ସ୍ତମ୍ଭକାର ପିତାମ୍ବର ରାଉତ, ଚାରିଛକ ବଜାର କମିଟି ସଭାପତି ସନ୍ତୋଷ ପ୍ରଧାନ ସମାଜସେବୀ କେଦାର ନାଥ ବେହେରା, ସୁକାନ୍ତ ସାହୁ ,ଅର୍ଜୁନ ସ୍ୱାଇଁ, ବାବୁନି ପାତ୍ର ,ସରପଞ୍ଚ ଙ୍କ ପ୍ରତିନିଧି ଅରକ୍ଷିତ ଭୋଇ, ଆଇନୀଜୀବୀ ରଂଜିତ ସାହୁ ,ବିଜୟ ପରିଡା ପ୍ରମୁଖ ଯୋଗଦେଇ ଭାର ସଂଗ୍ରହ ଓ ଯାତ୍ରା ସମ୍ପର୍କ ରେ ସ ବିଶେଷ ଆଲୋଚନା କରିଥିଲେ।ଏ ବର୍ଷ ଭାର ନେ଼ଇ ୧୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପୁରୀ ଯିବା ଯୋଜନା ରହିଛି ।ନିଆଳି ଥାନା ଓ ଚାରିଛକ ଥାନା ପୋଲିସ କୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଏକ ପତ୍ର ଦିଆ ଯାଇ ଅନୁରୋଧ କରା ଯାଇଛି ।ପୋଢୁଆଁ ଭାର ଶ୍ରୀକ୍ଷେତ୍ର ଯିବା ରାସ୍ତାରେ ୫ ଟି ସ୍ଥାନରେ ଭାରୁଆ ମାନଙ୍କୁ ଆତିଥ୍ୟ ପ୍ରଦାନ କରାଯିବ।ଏହି ବୈଠକ ରେ ୫୦୦ ରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
