କ୍ଲଷ୍ଟର ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ
ପିପିଲି: ପିପିଲି ବ୍ଲକ୍ ଅନ୍ତର୍ଗତ ଛଣେଶ୍ବରଦେବ ନୋଡାଲ ଉ:ପ୍ରା ବିଦ୍ୟାଳୟ, ଛଣଘର ପରିସରରେ ମଙ୍ଗଳବାର ଦିନ କ୍ଲଷ୍ଟର ସ୍ଥରୀୟ ଶିଶୁ ମହୋତ୍ସବ “ସୁରଭି”୨୦୨୫ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ଡଃ ଶରତ କୁମାର ଚଉଁରୀ ଯୋଗୋଦେବା ସହିତ ସି,ଆର,ସି,ସି ଭଗବାନ ସାହୁ, ପ୍ରଧାନ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମରେ କ୍ଲଷ୍ଟର ର ୧୨ ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗୋଦେଇ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ କ୍ଲଷ୍ଟର ର ୧୨ ଟି ବିଦ୍ୟାଳୟ ର ୧୪୦/୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ସେଥିମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ ପରିପ୍ରକାଶ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦଳେଇ, ସୁଜାତା ନାୟକ, କାଞ୍ଚନ ବାଳା ପ୍ରଧାନ,ସହ ଶିକ୍ଷକ ପ୍ରତାପ କୁମାର ବେହେରା, ବିବେକାନନ୍ଦ ନାୟକ ଏବଂ ବୃନ୍ଦାବନ ଦଳାଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
