ଉଦୟନାଥ ପବ୍ଲିକ ସ୍କୁଲରେ କୁନି ବୈଜ୍ଞାନିକମାନଙ୍କ ଦ୍ବାରା ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ
ନିମାପଡ଼ା (ଆଜି ପର୍ଯ୍ୟନ୍ତ) ରେଞ୍ଚ ପଚାଂୟତ ଅଫିସ ନିକଟରେଥିବା ନିକଟରେ ଥିବା ଉଦୟନାଥ ପବ୍ଲିକ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦଶର୍ନୀ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ପ୍ରଦର୍ଶନୀକୁ ଅତିଥିଭାବେ ନିମାପଡ଼ା ଅଟୋ କଲେଜର ଅଧ୍ୟାପକ ସୁବ୍ରତ ମହାନ୍ତି,ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବିନ୍ଦ୍ର କୁମାର ସ୍ବାଇଁ, ରେଞ୍ଚ ପଞ୍ଚାୟତ ସରପଚଂ ପ୍ରସନ୍ନ କୁମାର ସ୍ବାଇଁ ଓ ଉଦୟନାଥ ଫାଉଣ୍ଡେସନର ନିର୍ଦ୍ଦେଶକ ବିଭୂତି ଭୂଷଣ ଦାଶ ପ୍ରମୁଖ ଯୋଗଦେଇ ସ୍କୂଲ ପକ୍ଷରୁ ଆୟୋଜିତ ହୋଇଥିବା ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ସ୍ଖୁଲ ପ୍ରିନସପାଲ ତପସ୍ବନୀ ଦାଶ ସ୍ବାଗତ କରିଥିଲେ। ଉଦୟନାଥ ପବ୍ଲିକ ସ୍କୁଲର କୁନି କୁନି ବୈଜ୍ଞାନିକମାନଙ୍କ ଦ୍ବାରା ୧୬୦ ଟି ପ୍ପ୍ରକଳ୍ପ ମେଳାରେ ସ୍ଥାନ ପାଇଥିଲା। ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼କ ମଧ୍ୟରେ ପରିବେଶ, ଜଳବିଦ୍ୟୁତ, ବିପର୍ଯ୍ୟ ପ୍ରଶମନକୁ କିଭଳି ରୋକିବା, ଜଳବାୟୁ ପରିବର୍ତ୍ତନ ପ୍ରଭାବ, ସ୍ବଛତା ଟ୍ରାପିକ ସିଙ୍ଗନାଲ, ସୈାର ଜଗତ ସଙ୍କ୍ରାନ୍ତିୟ ପ୍ରକଳ୍ପର ମଡ଼େଲ ଗୁଡ଼ିକ ତିଆରି କରିଥିବା କୁନି ବୈଜ୍ଞାନିକମାନେ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ। ଏହି ବିଜ୍ଞାନ ମେଳାର ୨୦୦ଟି ଆର୍ଟ ଏଣ୍ଡ କ୍ରାଫଟର ସୁନ୍ଦର ସୁନ୍ଦର ଚିତ୍ର ଓ କଳାକୃତି ପ୍ରଦର୍ଶିତ ହୋଇଥିଲା। ଅପରେଶନ ସିନ୍ଦୁର ଠାରୁ ଆରମ୍ଭକରି ଦେବାଦେବୀ ଓ ପରିବେଶ ସଂକ୍ରାନ୍ତିୟ ପିଲାମାନେ ଚିତ୍ରକରି ବିଜ୍ଞାନ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିବାରୁ ଅତିଥିମାନେ ପିଲାମାନଙ୍କୁ ଉଚ୍ଚ ପ୍ରଶଂସିତ କରିଛନ୍ତି। ଏବଂ ୧୫୨ଟି ବିଜ୍ଞାନ ଓ ଗଣିତ ସମ୍ବନ୍ଧୀୟ ସମାସ୍ୟାର ସମାଧାନ ଉଦୟନାଥ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ନ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ପରିଚାଳନା କରିଥିଲେ ସଭାପତି ପ୍ରତିମା ପତି। ବିଚାରକଭାବେ ପ୍ରତାପ କୁମାର ସାବୁତ, ଚନ୍ଦନ ମାହାରୀ ପ୍ରଦୀପ କୁମାର ପ୍ରଧାନ ବିଚାରକ ଭାବେ ଯୋଗଦେଇଥିଲେ । ହରିହର ନନ୍ଦ ଧନ୍ୟବାଦ ଦେଇଥିଲେ।
