ରାଜ୍ୟ

ଭୋଦର ଓ ପୋଡ଼ପୋଡ଼ା ଗ୍ରାମ ରେ ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ

Spread It
 
ଚାରିଛକ,(ସନ୍ତୋଷ ଦାଶ) ନିକଟସ୍ଥ ଭୋଦର ଓ ପୋଡ଼ପୋଡ଼ା ଗ୍ରାମ ଠାରେ ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇ ଥିଲା। ଭୋଦର ଗ୍ରାମ ରେ ବାସ କରି ଆସୁଥିବା ଘୋଷାଲ ପରିବାର ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମା ଶ୍ୟାମାକାଳୀ ଙ୍କ ପୂଜା ଭକ୍ତି ଓ ନିଷ୍ଠାର ସହିତ ପାଳନ କରାଯାଇଥିଲା। କାଳୁ ଘୋଷାଲ ପୂଜକ ଭାବେ ମା ଙ୍କ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଥିବାବେଳେ ରଘୁନାଥ ପ୍ରଗତୀ ସଂଘ ଓ ଗ୍ରାମବାସୀ ମାନେ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।ବୁଧବାର ଦିନ ମା ଙ୍କ ମୂର୍ତ୍ତୀ କୁ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରା ଯାଇ ବିସର୍ଜନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ଚନ୍ଦ୍ରକାନ୍ତ ଦଳାଇ। ସେହିପରି ନିକଟସ୍ଥ ପୋଡ଼ ପୋଡ଼ା ଗ୍ରାମ ଠାରେ ମା ଶ୍ୟାମା କାଳୀ ଙ୍କ ପୂଜା ଭକ୍ତି ଓ ନିଷ୍ଠା ର ସହିତ ପାଳିତ ହୋଇଥିଲା। ପୂଜକ ରବୀନ୍ଦ୍ର କୁମାର ବାନାର୍ଜୀ ମା ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ। ବହୁ ଭକ୍ତ ନିଜ ମାନସିକ ପୂରଣ ହେବା ପରେ ମେଣ୍ଢା, ଛେଳି ଆଣି ମା ଙ୍କ ପାଖରେ ମା ଙ୍କ ଆଜ୍ଞାମାଳ ପିନ୍ଧାଇ ଘରକୁ ନେଇ ଯାଇ ଥିଲେ। ପୂର୍ବରୁ ଏଠାରେ ବଳୀ ପ୍ରଥା ଚାଲୁ ଥିଲା। ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ପରେ ଏଠାରେ ବଳୀ ପ୍ରଥା ବନ୍ଦ ହୋଇ ଯାଇଛି।ଅନେକ ଶ୍ରଦ୍ଧାଳୁ ପରିବାର ମାନଙ୍କ ପକ୍ଷରୁ ମା ଙ୍କ ନିକଟରେ ପଣା ଭୋଗ ଲାଗି କରା ଯାଇଥିଲା। ରାତି ରେ ଏକ ବିରାଟ ଶୋଭାଯାତ୍ରା ରେ ବାଣ ଫୁଟାଇ ବାଜା ବଜାଇ ମା ଙ୍କ ମୃଣୟୀ ମୂର୍ତ୍ତୀ ଙ୍କୁ ଚନ୍ଦ୍ରମଉଳି ନିଆଯାଇ ପ୍ରାଚୀ ନଦୀ ରେ ବିସର୍ଜନ କରା ଯାଇଥିଲା। ସୋମବାର ଓ ମଙ୍ଗଳବାର ଉଭୟ ସ୍ଥାନ ରେ ମା ଶ୍ୟାମାକାଳୀ ଙ୍କୁ ଦର୍ଶନ କରିବାକୁ ପ୍ରବଳ ଭିଡ଼ ଲାଗିଥିଲା। ସ୍ଥାନୀୟ ଚାରିଛକ ଥାନା ପୋଲିସ ପକ୍ଷରୁ ଭୋଦର ଗ୍ରାମ ରେ ଓ ନିଆଳି ଥାନା ପୋଲିସ ପକ୍ଷରୁ ପୋଡ଼ପୋଡ଼ା ଠାରେ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା।

Leave a Reply

Your email address will not be published. Required fields are marked *