ପାଣି ନିଷ୍କାସନ ନ ହେବାରୁ ଯାତାୟତ ହୋଇପାରୁନାହିଁ
ପାଣି ନିଷ୍କାସନ ନ ହେବାରୁ ଯାତାୟତ ହୋଇପାରୁନାହିଁ
ନିମାପଡା (ଏପିନ୍ୟୁଜ) ନିମାପଡା ଏନ୍.ଏ.ସି ଅନ୍ତର୍ଗତ ଅଣ୍ଢିଆସାହି ଗ୍ରାମରେ ଦୁର୍ବଳ ଜଳ ନିଷ୍କାସନ ଥିବାରୁ ସ୍କୁଲ ସାମନାରେ ଜମା ହେଉଛି ଆଣ୍ଠୁଏ ପାଣି। ନିମାପଡା ମେନ୍ ରୋଡ୍ଠାରୁ ଅନତି ଦୂରତାରେ ଥିବା ଏହି ଗ୍ରାମରେ ବହୁ ଦିନ ଧରି ଜମି ରହିଛି ପାଣି। ଏଥିପାଇଁ ଲୋକମାନଙ୍କ ଯାତାୟତରେ ଅନେକ ଅସୁବିଧା ହେବା ସୟ ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏନ୍.ଏସି.ସି. କର୍ତ୍ତୁପକ୍ଷଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍।
